November 14, 2025
Home » ବ୍ରହ୍ମଗିରିରେ ପଞ୍ଚୁ ପାଣ୍ଡଵ ମେଳଣ

ବ୍ରହ୍ମଗିରିରେ ପଞ୍ଚୁ ପାଣ୍ଡଵ ମେଳଣ

0
puri-melana---1

ପୁରୀଜିଲ୍ଲାର ବ୍ରହ୍ମଗିରି ବ୍ଲକରେ ତା. ୧୯ରିଖ ଠାରୁ ପଞ୍ଚୁ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି. ୧୯ତାରିଖ ଦିନ ବିଭିର୍ଣ୍ଣ ଗ୍ରାମ ପଂଚାୟତରୁ ପଞ୍ଚୁ ପାଣ୍ଡବ ସମେତ ଅନ୍ୟାନ୍ୟ ଠାକୁର ଦୋଳ ବିମାନରେ ବସି ପଟୁଆର ସହ ମେଳଣ ପଡିଆକୁ ଆସିଥିଲେ. ଶହେ ଆଠଟି ଦୋଳ ଏହି ମେଳଣରେ ସାମିଲ ହୋଇଥିଲେ. ବ୍ରହ୍ମଗିରି ସମେତ ଆଖପାଖ ମୌଜାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଡୋଳପୀଣ୍ଡିରେ ମହାପ୍ରଭୁଙ୍କୁ ଦର୍ଶନ କରିବାସହ ଦୀପ ଧୁପ ନୈବେଦ୍ୟ ଦେଇ ପୂଜା ଅର୍ଚନା କରିଥିଲେ.

ଏହି ମେଳଣ ପଡିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିବାର ଦେଖିବାକୁ ମିଳିଥିଲା . ମେଳଣରେ ଘରକରଣା ସାମଗ୍ରୀ ସମେତ ଖାଦ୍ୟ ସାମଗ୍ରୀ, ବିଭିର୍ଣ୍ଣ ପ୍ରକାରର ଖେଳଣା ଓ ଅନ୍ୟାନ୍ୟ ଜିନିଷରେ ପସରା ଖୋଲିଯାଇଥିଲା . ଶ୍ରଦ୍ଧାଳୁ ଭକ୍ତମାନଙ୍କର ସେବାପାଇଁ ସରକାରଙ୍କ ତରଫରୁ ଆସୁ ଚିକ୍ଷୀତ୍ସା କେନ୍ଦ୍ର, ସ୍ୱାତ୍ସା ସେବିମାନଙ୍କଦ୍ଵାରା ଜଳଛାତ୍ର, ଏବଂ ପୋଲିସ ପ୍ରଶାସନ ତରଫରୁ ଶ୍ରଦ୍ଧାଳୁ ମାନଙ୍କର ସୁରକ୍ଷା ପାଇଁ ଉତ୍ତମ ବ୍ୟବସ୍ତା କରାଯାଇଥିଲା. ଠିକ ସେହିପରି ଗୋପବନ୍ଧୁ ସେବା କେନ୍ଦ୍ର ତରଫରୁ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା. ମେଳଣ ପଡିଆରେ ବିଭିର୍ଣ୍ଣ ସ୍ଥାନରେ ଭୋଗ ନିମନ୍ତେ ଚୁଡା ଘସା ପ୍ରସୂତି, ପାଲା ପରିବେଷଣ ଓ ବାହାରୁ ଆସୁଥିବା ଭକ୍ତ ମାନେ ସମୟ ଅତବାହିତ କରିବାଲାଗି ମେଳଣ ପଡିଆରେ ତାସ ଖେଲୁଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *