July 4, 2025
Home » ବ୍ରହ୍ମପୁରରେ ଗୁରୁ ଅବତରଣ ମହୋତ୍ସବ ପାଳିତ ।

ବ୍ରହ୍ମପୁରରେ ଗୁରୁ ଅବତରଣ ମହୋତ୍ସବ ପାଳିତ ।

0
WhatsApp Image 2024-11-21 at 3.50.05 PM

ସ୍ବଶକ୍ତି ସେବା ସଂସ୍ଥାନ ପରିବାର ତରଫରୁ ସଂସ୍ଥାର ପ୍ରତିଷ୍ଠାତା ପୂଜ୍ଯ ଗୁରୁଦେବ ଶ୍ରୀ କ୍ରିଷ୍ଣା ଭେୟାଜୀଙ୍କ ଅବତରଣ ମହୋତ୍ସବ ସ୍ଥାନୀୟ ଆସ୍କା ରୋଡ ପାଣିଗ୍ରାହୀପେଣ୍ଠ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ମହାନ୍ତି ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁବନ୍ଦନା, ନାମ ସଂକୀର୍ତ୍ତନ ସହ ବୃକ୍ଷ ରୋପଣ ଆଦି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହପରି ଅନୁରୁପ ଭାବେ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଠାରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଶହ ଶହ ସଂଖ୍ୟକ ଗୁରୁଭାଇ ଓ ଭଉଣୀମାନଙ୍କ ଦ୍ବାରା ଗୁରୁ ଅବତରଣ ଉତ୍ସବ ପାଳିତ ହୋଇଯାଇଅଛି।ପ୍ରକାଶ ଚନ୍ଦ୍ର ବେହେରା,ବଳରାମ ଜେନା,ତପନ କୁମାର ମହାପାତ୍ର, ଚନ୍ଦନ ସାହୁ,ସନ୍ଦିପ ପାଣିଗ୍ରାହୀ,ପ୍ରମୋଦ କୁମାର ସିଙ୍ଗାରି,ସବିତା ମହାନ୍ତି, ଗୀତା ମହାନ୍ତି, ପରମିଳା,ଲଳିତା,ବେଣୁଗୋପାଳଙ୍କ ସମେତ ବହୁ ସଦସ୍ଯ ସଦସ୍ଯା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାର ରୂପେ ପାଳନ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *