ବ୍ରହ୍ମପୁରରେ ତନିକ୍ସ ର ଦ୍ୱିତୀୟ ଅତ୍ୟାଧୁନିକ ନୂତନ ଷ୍ଟୋର

ବ୍ରହ୍ମପୁର :ଟାଟା ଗ୍ରୁପ୍ ଅଫ୍ କମ୍ପାନୀ ଭାରତର ସର୍ବବୃହତ ଅଳଙ୍କାର ଖୁଚୁରା ବ୍ରାଣ୍ଡ୍ ତନିଷ୍କ ଓଡ଼ିଶାର ବ୍ରହ୍ମପୁରରେ ଏହାର ଦ୍ଵିତୀୟ ଅତ୍ୟାଧୁନିକ ଷ୍ଟୋର୍ ଜୟପ୍ରକାଶ ନଗର ଛକ ନିକଟରେ ଆରମ୍ଭ କରିଛି। ଟାଇଟାନ୍ କମ୍ପାନୀ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସି କେ ଭେଙ୍କଟରମଣ ଏବଂ ପୂର୍ବାଞ୍ଚଳ ବ୍ୟବସାୟ ମୁଖ୍ୟ ଶ୍ରୀ ଆଲୋକ ରଞ୍ଜନ ନିଜ କରକମଳରେ ଗୁରୁବାର ଏହି ନୂତନ ଷ୍ଟୋରକୁ ଉଦଘାଟନ କରିଛନ୍ତି। ଏହି ଷ୍ଟୋର ର ପଉଦଘାଟନୀ ଉପହାର ସ୍ବରୂପ ଗ୍ରାହକମାନଙ୍କ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ଗୋଲ୍ଡ କଏନ ପାଇପାରିବେ । ଏହି ଅଫର ଜୁନ୍ ୬ରୁ ୮ ତାରିଖ ପର୍ଯ୍ୟନ୍ତ ରହିଛି। ଏହି ଷ୍ଟୋରଟି ତନିଷ୍କ ବ୍ରହ୍ମପୁର ୨ ଇଞ୍ଜିନିୟରିଂ ସ୍କୁଲ୍ ରୋଡ଼, ପୁରୁଣା ଡି ପଲ୍ ସ୍କୁଲ୍ ସାମ୍ନାରେ ରହିଛି।
ଏଠାରେ ତନିଷ୍କ ଦ୍ବାରା ପ୍ରସ୍ତୁତ ଆକର୍ଷଣୀୟ ସୁନା, ହୀରା, କୁନ୍ଦନ ଏବଂ ପୋଲକି ଅଳଙ୍କାର ଅତ୍ୟାଧୁନିକ ଓ ନୂତନ ଡିଜାଇନର ପାଇ ପାରିବେ। ଏଠାରେ ମହିଳାଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସୁଜା ଅଳକାର ସଂଗ୍ରହ ‘GlamDays’ ଏବଂ ଆଧୁନିକ ଓ ହାଲୁକା ଅଳଙ୍କାର କଲେକ୍ସନ, ‘String It’ ମଧ୍ୟ ରହିଛି। ଏହା ସହିତ, ଷ୍ଟୋରରେ ସ୍ୱତନ୍ତ୍ର କାରିଗରୀର ପ୍ରସ୍ତୁତ ଚୁଡ଼ି ‘Kalai’ ଏବଂ ହିନ୍ଦୁ ବିବାହର ପବିତ୍ର ପ୍ରତୀକ ମଙ୍ଗଳସୂତ୍ରର ସ୍ୱତନ୍ତ୍ର କଲେକ୍ସନ, ‘Dor’ ରହିଛି। ଏହା ସହିତ ପୁରୁଷମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଳଙ୍କାର କଲେକ୍ସନ, ‘Aveer’ ଭେରାଇଟିର ସୁନା ଅଳଙ୍କାର ପାଇ ପାରିବେ । ଏହା ବ୍ୟତୀତ ସୌନ୍ଦର୍ଯ୍ୟରେ ନୂତନ ଦିଗଦର୍ଶନ ସାଜିଥିବା ଅତି ମନାଲୋଭାନୀୟ କଲେକ୍ସନ ‘Srotika’ ର ବହୁ ଭେରାଇଟି ଗହଣା ପାଇବେ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସି କେ ଭେଙ୍କଟରମଣ କହିଛନ୍ତି, “ଆମେ ଓଡ଼ିଶାର ବ୍ରହ୍ମପୁରରେ ଆମର ନୂତନ ଷ୍ଟୋର ଖୋଲିବା ଘୋଷଣା କରି ଆନନ୍ଦିତ। ଆମର ନୂତନ ଷ୍ଟୋର ପରିଦର୍ଶନ ସହ ତନିଷ୍କର ନୂଆ ଭେରାଇଟି କୁ ପରଖୁବାକୁ ଆମେ ବ୍ରହ୍ମପୁର ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସ୍ବାଗତ କରୁଛୁ
ଟାଟା ଗ୍ରୁପର ଭାରତର ସବୁଠାରୁ ପ୍ରିୟ ଅଳକାର ବ୍ରାଣ୍ଡ ହେଉଛି ତନିଷ୍କ, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କୃଷ୍ଟ କାରିଗରୀ, ସ୍ଵତନ୍ତ୍ର ଡିଜାଇନ୍ ଏବଂ ଗ୍ୟାରେଣ୍ଟି ଯୁକ୍ତ ଉତ୍ପାଦ ଗୁଣବତ୍ତାର ସମାନତା ଦେଇଆସିଛି। ଏହା ଦେଶର ଅଗ୍ରଣୀ ଅଳକାର ବ୍ରାଣ୍ଡ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଛି। ଯାହା ଭାରତୀୟ ମହିଳାଙ୍କ ମନକୁ ଛୁଇଁଲା ଭଲି କଲେକ୍ସନ ଓ ରିହାତି ଅଫରରେ ଅଳଙ୍କାର ପ୍ରଦାନ କରେ | ଉତ୍ତମ ଗୁଣ ସମ୍ପନ୍ନ ବିଶିଷ୍ଟ ଅଳଙ୍କାର ପ୍ରଦାନ କରିବା ପ୍ରତି ତନିସ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରୁଛି । ସମସ୍ତ ଷ୍ଟୋରରେ ସୁନା ଓ ହୀରା ଅଳଙ୍କାରର ଶୁଦ୍ଧତା ଯାଞ୍ଚ କରିବାକୁ ପ୍ରାଥମିକତା ଦେଇଥାଏ I