October 23, 2025
Home » ବ୍ରହ୍ମପୁର ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାମଚନ୍ଦ୍ର ପଣ୍ଡା ଙ୍କ ନେତ୍ତୃତ୍ଵରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାମଚନ୍ଦ୍ର ପଣ୍ଡା ଙ୍କ ନେତ୍ତୃତ୍ଵରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

0
WhatsApp Image 2025-09-03 at 8.07.50 PM

!

ଛତ୍ରପୁର : ରାଜ୍ୟର ବୃହତ୍ତର ଜିଲ୍ଲା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ବିକାଶ ଦିଗରେ ବିମାନ ବନ୍ଦର ପ୍ରତିଷ୍ଠାର ଆବଶ୍ୟକ‌ତା ଦର୍ଶାଇ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ଆଜି ରାଜଭବନ କୁ ଯାଇ ଓଡ଼ିଶା ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଗଞ୍ଜାମ-ହୁମା ମଧ୍ୟରେ କେନ୍ଦ୍ର ଲବଣ ବିଭାଗର ୧୬୦୦ ଏକର ପଡ଼ିଆ ଜମି ଓ ଆଖପାଖ ଜମି ଅଧୁକୃତ କରି ଏହି ବିମାନ ବନ୍ଦର ପ୍ରତିଷ୍ଠା କରାଯାଇପାରିବ ବୋଲି ଦର୍ଶାଇଛନ୍ତି ।

ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ଯେ’ ସ୍ଵାଧୀନତା ପୂର୍ବରୁ ଲବଣ କମିଶନଙ୍କ ସହାୟତାରେ ସମବାୟ ଓ ଘରୋଇ ଭିତିରେ ଉପରୋକ୍ତ ଜମିରେ ଲବଣ ଚାଷ ହେଉଥିଲା l ଯାହା ପ୍ରାୟ ବିଗତ ୧୦ ବର୍ଷ ଧରି ଲବଣ ଚାଷ ବନ୍ଦ ହୋଇଯିବା ଫଳରେ ହୁମ୍ମା ଅଞ୍ଚଳର ୩୦୦୦ ପରିବାର ଜୀବିକା ହରାଇଛନ୍ତି ।
ଏହି ବିମାନବନ୍ଦର ଏଠାରେ ନିର୍ମିତ ହେଲେ ଚିଲିକା ନୌସେନା କେନ୍ଦ୍ର ଓ ଗୋପାଳପୁର ସେନା ତାଲିମ୍ କେନ୍ଦ୍ର ପାଇଁ ଉପଯୋଗି ହେବା ସାଂଗକୁ କୁ ଗଞ୍ଜାମ ଜିଲ୍ଲାର ତ୍ଵରିତ ଗମନାଗମନ ସୁବିଧା ଦ୍ବାରା ଶିଳ୍ପ ଓ ବ୍ୟବସାୟ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଯଦି ବିମାନ ବନ୍ଦର ପାଇଁ ଜିଲ୍ଲାରେ ଅନ୍ୟତ୍ର ସ୍ଥାନ ନିରୂପଣ ହୁଏ, ତେବେ ଏହି ମୂଲ୍ୟବାନ ଲବଣ ବିଭାଗ ଜମିରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯାଉ କିମ୍ବା ଆଧୁନିକ ଲବଣ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ । ଏଭଳି ହେଲେ ସମୁଦ୍ର ନିକଟବର୍ତ୍ତୀ ଏହି ଅଞ୍ଚଳର ପର୍ଯ୍ୟଟନର ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।
ଶ୍ରୀ ପଣ୍ଡାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ବାବା ବଟେଶ୍ୱର ଲବଣ ଶ୍ରମିକ ସଂଘର ସଭାପତି ତଥା ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଯୁବନେତା ରଞ୍ଜନ କୁମାର ତରାଇ, ଅମୁଲ୍ୟ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ l
ଓଡ଼ିଶା ରାଜ୍ୟପାଳ ମହୋଦୟ ଦୀର୍ଘସମୟ ଧରି ଏହି ଜମିର ଉପାଦେୟତା ସମ୍ପର୍କ ରେ ଆଲୋଚନା କରିଥିଲେ । ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଖୁବ୍ ଶୀଘ୍ର ବ୍ରହ୍ମପୁର ଠାରେ ସ୍ଥାୟୀ ବିମାନବନ୍ଦର ପ୍ରତିଷ୍ଠା ଦିଗରେ ରାଜ୍ଯ ଏବଂ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଅଛି ।

Leave a Reply

Your email address will not be published. Required fields are marked *