July 2, 2025
Home » ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଉଦ୍ଘାଟିତ

ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଉଦ୍ଘାଟିତ

0
WhatsApp Image 2024-11-02 at 11.29.26 AM (1)

ବ୍ରହପୁର..୧.୧୧ । ସ୍ଥାନୀୟ ଖଲ୍ଲିକୋଟ ୟୁନିଭରସିଟି ଖେଳ ପଡିଆ ଠାରେ ୧୧ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ଏହିପରି ପୁସ୍ତକ ମେଳା ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ ।

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ତଥା ସଂସ୍କୃତି ପ୍ରେମୀ ସୁବାସ ମହାରଣା ଯୋଗଦେଇ ପୁସ୍ତକ ମଣିଷର ପକୃତ ବନ୍ଧୁ ବୋଲି ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଉତ୍ତମା ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାନବସମାଜ ପାଇଁ ପୁସ୍ତକର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବାସହ ପୁସ୍ତକ ମଣିଷକୁ ସତମାର୍ଗ ଦେଖାଇ ଥାଏ ବୋଲି ,ଦର୍ଶାଇ ଥିଲେ ।ଏହି ଅବସରରେ ସମ୍ପାଦକ ଅଜିତ ସାବତ ନିଜର ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଶ୍ରୀମତୀ ଦୀପ୍ତି ମିତା ମହାପାତ୍ର ,ପ୍ରଫୁଲ ତ୍ରିପାଠୀ ପ୍ରମୁଖ ମଞ୍ଚ।ସିନ ଥିଲେ ।ଏହି କାର୍ଯ୍ୟକ୍ରମକୁ କବି ସୁଶାନ୍ତ ଦାଶ ସଭାପତିତ୍ୱ କରିଥିଲେ । ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଉତ୍ତୀର୍ଣ କନିଷ୍ଟ ବିଭାଗର ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚିତ୍ରାନନ୍ଦ ବେବର୍ତା,ସୁନୀଲ ପ୍ରଧାନ ,ନିହାର ରଞ୍ଜନ ଦାଶ,କପିଳ ମହାନ୍ତି,ବାଲ୍ମୀକି ମହାପାତ୍ର,ସୁଧାଞ୍ଜଳି ମିଶ୍ର, ସତ୍ୟମ ଆଚାରୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

brahmpur epa ru narasingh dakuanka report

Leave a Reply

Your email address will not be published. Required fields are marked *