January 2, 2025
Home » ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

0

 

ଓଡ଼ିଶାର ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ, ଓ ମଧୁ ବାବୁଙ୍କ ପ୍ରତିର୍ମୂୀରେ ବିଜେଡ଼ିର ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ସମନ୍ୱୟ କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବ୍ରହ୍ମପୁର ର ୪୨ ଟି ୱ।ର୍ଡ ର ବିଜେଡ଼ି କର୍ପୋରେଟର ଗଣ ଓ ଜନ ସାଧାରଣଙ୍କ ସହ ଗାନ୍ଧୀ ନଗର ଠାରୁ ବାହାରି ବିରାଟ ଶୋଭାଯାତ୍ରାରେ ଷ୍ଟେଡିୟାମ୍ ଦେଇ ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ବଜାର, ଗିରି ମାର୍କେଟ ଦେଇ ବିଭିନ୍ନ ସ୍ଲୋଗାନ ଦେଇ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା

 


ସେଠାରେ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ସାଥିରେ ଥିଲେ ବିଜେଡ଼ି ଗଞ୍ଜାମ ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ବୃଗୁବସ୍କି ପାତ୍ର,ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣା, ଆର୍ ବେନ୍ ବେଙ୍କ ସଭାପତି ଶ୍ରୀ ଆର୍ ମୁରୁଳୀ ମୋହନ, ନଗର ସଭାପତି ଶ୍ରୀ ବିଜୟ ଚନ୍ଦ୍ର ସାମଲ, ନଗର ସଭାନେତ୍ରୀ ଶ୍ରୀମତୀ ସୋନାଲି ଗନ୍ତାୟତ, ମଞ୍ଚାସିନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୋନ୍ ସଭାନେତ୍ରୀ ଶ୍ରୀମତୀ ମମତା ବିଷୋୟୀ, ବିଜେଡ଼ି ବରିଷ୍ଠ ନେତା ତୁମ୍ବନାଥ ପଣ୍ଡା, ଜଗନ୍ନାଥ ସାବତ, ଅନୀଲ ସାହୁ, ଅଜିତ ପଣ୍ଡା, ସଭୋନ୍ ନାୟକ, ସଂଜିତ ପାଣିଗ୍ରାହୀ, ଭଗବାନ ଗନ୍ତାୟତ, ଦୂର୍ଗା ପଣ୍ଡା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଏମ୍ ସୁଜାତା ପାତ୍ର, ସାଧାରଣ ସମ୍ପାଦକ ମନୋଜ ମହାପାତ୍ର,ପାର୍ବତୀ ପ୍ରଧାନ, ଟି ତ୍ରିପତି ପାତ୍ର, ସୁରେନ୍ଦ୍ର ମହାରଣା, ଚିତ୍ରସେନ, ତେଜେଶ୍ବର ସ୍ବାମୀ, ପ୍ରଦୀପ କୁମାର ଶତପଥୀ ଡି କରୁଣା, ଏସ୍ ଏ ଖଲିଲ୍, ସାତାର୍ ଖାନ୍ ସମିର ମିଶ୍ର, ଜେ ଶ୍ରୀନିବାସ, ମୁକୁନ୍ଦ ଗୌଡ଼, ଟି କିଶୋର, ଚନ୍ଦ୍ର ମୋହନ ସାହୁ, ଦଣ୍ଡପାଣି ନାୟକ, ଡିଲେଶ୍ବର ରେଡ୍ଡୀ, ଦୂର୍ଗା ଲାୟକ, ମଳୟ ବିଷୋୟୀ, ସୁନ୍ୟଚନ୍ଦ୍ର ଦାସ, ସୂର୍ଯ୍ୟ କାନ୍ତ ସୁବୁଦ୍ଧି, ଉମା ନାୟକ, ଯୋସ୍ନା ନାୟକ, ଶାନ୍ତି ଦାସ, ଶିବ ପ୍ରଧାନ ମମତା ରାୟ, ଲୁନା ମହାରଣା, ପ୍ରମୋଦ ମହାରଣା, କେ ମୁନା ରେଡ୍ଡୀ, ସିମାଞ୍ଚଳ ସାହୁ, କାଦାମ୍ବରୀ ଦାସଙ୍କ ସମେତ ବହୁ କର୍ପୋରେଟର ଗଣ, ଆର୍ ବେନ୍ ବେଙ୍କ ଡାଇରେକ୍ଟୋରି ଗଣ, ଯୁବ, ମହିଳା, ଛାତ୍ରଛାତ୍ରୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *