May 9, 2025
Home » ବ୍ରହ୍ମପୁର ମହାନଗର ଶିକ୍ଷକ ସଂଘର ୬୩ ତମ ଗୁରୁ ଦିବସ ପାଳନ -୨୦  ଜଣ ଶିକ୍ଷକ  ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା   

ବ୍ରହ୍ମପୁର ମହାନଗର ଶିକ୍ଷକ ସଂଘର ୬୩ ତମ ଗୁରୁ ଦିବସ ପାଳନ -୨୦  ଜଣ ଶିକ୍ଷକ  ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା   

0
WhatsApp Image 2024-09-07 at 12.09.03 PM
ପବିତ୍ର ଗୁରୁ ଦିବସ ଅବସରରେ ବ୍ରହ୍ମପୁର ମହାନଗର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦ୍ଵାଦଶତମ ବାର୍ଷିକ ତଥା ମହାନଗର ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ-୨୦୨୪ , NGO  Hall , ଗେଟ ବଜାରଠାରେ ସଂଘର ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ତାରିଣୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପି.ଜି. କାଉନସିଲ ଅଧ୍ୟକ୍ଷ  ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ , ମୁଖ୍ୟ ବକ୍ତା ରୂପେ ରଙ୍ଗେଇଲୁଣ୍ଡା  ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ଭୂୟାଁ ,ଶ୍ରୀ ସୁକାନ୍ତ ଜେନା, ଶ୍ରୀମତୀ କୁସୁମ ପାଢ଼ୀ ଅନ୍ୟତମ  ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ  । ଅଧିବେଶନ ଆରମ୍ଭରେ ମୁଖ୍ୟ ପ୍ରଦୀପ ପ୍ରଜ୍ଜ୍ଯଳନ କରିଥିଲେ । ଶ୍ରୀ ପରମେଶ୍ଵର ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀମତୀ ମମତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ  ଜ୍ୟୋତ୍ସ୍ନାମୟୀ ପ୍ରଧାନ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅବନୀ କୁମାର ପାଢୀ ବାର୍ଷିକ ବିବରଣୀ ପାଠ  କରିଥିଲେ ଏହି ଅବସରରେ ମହାନଗରରେ କାର୍ଯ୍ୟକରି  ଅବସର ଗ୍ରହଣ କରିଥିବା  ୨୦ ଜଣ  ଶିକ୍ଷକ  ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା  ।  ବ୍ରହ୍ମପୁର ମହାନଗର ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଠା ମଣ୍ଡଳୀ ଶ୍ରୀଯୁକ୍ତ ହାଡିବନ୍ଧୁ ମାଳି ,ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା , ଶ୍ରୀ ଶ୍ୟାମ ସୁନ୍ଦର ଖାଡଙ୍ଗା, ଶ୍ରୀ କେ॰ କୃଷ୍ଣମୂର୍ତ୍ତି  ଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କୁ ସେମାନଙ୍କ ଜୀବନବ୍ୟାପୀ ସାଧନା ଓ ମାର୍ଗଦର୍ଶନ ନିମନ୍ତେ ସଂଘ ତରଫରୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରଯାଇଥିଲା । ଅତିଥିମାନେ ନିଜ ନିଜ ଅଭିଭାଷଣରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ନିଃସ୍ଵାର୍ଥପର ସେବା ସକାଶେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ  ୧୫୦ରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଶ୍ରୀମତୀ ସୁଜ୍ଞାନୀ  ଶତପଥି ମଞ୍ଚ ପରିଚାଳନା କରିଥିଲେ । ଶ୍ରୀ ବାଙ୍କ ପ୍ରଧାନ ,ବିଭୁତି ଭୂଷଣ ପଣ୍ଡା ,ସୁନିତା ପଟ୍ଟନାୟକ ,ବି॰  ଦୁହିତାମ। , ତନୁଜା ଦେବୀ, ରିତ।ରାଣୀ ବେହେରା,କାମରାଜୁ ପାତ୍ର ,ସିମାଞ୍ଚଳ ଚୌଧୁରୀ ,ପ୍ରସନ୍ନ ନାହାକ , ଉପଦେଷ୍ଟା ନରସିଂହ ପାଢୀ ,ଉପସଭାପତି  ସିମାଞ୍ଚଳ ମିଶ୍ର ,ଗିରିଜା ଶଙ୍କର ପଣ୍ଡା ,U ॰ ଭାରତୀ ,ମଧୁସ୍ମିତା  ଦେବୀ, ଲୋକନାଥ ସାହୁ ,ଜୟସେନ ପ୍ରଧାନ ,ତାର ପ୍ରସାଦ ମିଶ୍ର ପ୍ରମୁଖ ସଭାକାର୍ଯ୍ୟ  ସୂଚାରୁ ରୂପେ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ ।   ପରିଶେଷରେ ଶ୍ରୀ ଭଗବାନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ  ସଭା କାର୍ଯ୍ୟକୁ ସାଙ୍ଗ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *