August 27, 2025
Home » ବ୍ରହ୍ମପୁର ସହରର ସୋନ୍ଦର୍ଯ୍ୟ ରକ୍ଷା ଦାୟିତ୍ଵ ହାତକୁ ନେଲା ଟିମ କ୍ଲିନ୍ ସିଟି ସଂଗଠନ

ବ୍ରହ୍ମପୁର ସହରର ସୋନ୍ଦର୍ଯ୍ୟ ରକ୍ଷା ଦାୟିତ୍ଵ ହାତକୁ ନେଲା ଟିମ କ୍ଲିନ୍ ସିଟି ସଂଗଠନ

0
WhatsApp Image 2025-08-18 at 9.59.52 AM (1)

ବ୍ରହ୍ମପୁର: : ଦକ୍ଷିଣଓଡିଶାର ଅଗ୍ରଣୀ ସ୍ଵେଛାସେବୀ ସଙ୍ଗଠନ ଟିମ କ୍ଲିନ ସିଟି ବ୍ରହ୍ମପୁର ପକ୍ଷରୁ ରେଶମ ସହରର ସୌନ୍ଦର୍ଯ୍ୟରକ୍ଷା ଦାୟିତ୍ବ ହାତକୁ ନିଆଯାଇଛି। ସଙ୍ଗଠନ ପକ୍ଷରୁ ଯଦିଓ ଏହି କାର୍ଯ୍ୟ ଦିର୍ଘ ୬ ବର୍ଷ ଧରି ଜାରି ରହିଛି ତେବେ ବର୍ତ୍ତମାନ ପୁଣି ଏହାକୁ ତ୍ବରାନ୍ବିତ କରାଯାଇଛି। ଦିନକୁ ଦିନ ହ୍ରାସ ପାଉଥିବା ସହରର ସୌନ୍ଦର୍ଯ୍ୟ ମୁଖ୍ୟତଃ ରାସ୍ତାର ଉଭୟ ପାର୍ଶ୍ବରେ ଲାଗୁଥିବା ପୋଷ୍ଟର ଓ ଫ୍ଲେକ୍ସ ଯୋଗୁଁ ହେଉଥିବା ସର୍ଭରେ ଜଣାପଡିଛି। ଅଧିକାଂଶ ପ୍ରଚାର ପତ୍ର ବ୍ୟବସାୟୀକ ସଂସ୍ଥା ପକ୍ଷରୁ ଲାଗୁଥିବାରୁ ସହରର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଯାଇ ସଙ୍ଗଠନ ପକ୍ଷରୁ ପୂର୍ବଭଳି ପୁଣି ଥରେ ରାସ୍ତାର ଉଭୟ ପାର୍ଶ୍ବର ପ୍ରାଚୀରରେ ଲାଗିଥିବା ପୋଷ୍ଟର ଓ ଫ୍ଲେକ୍ସ ଗୁଡିକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟ।ୟରେ ସହରର ମୁଖ୍ୟ ରାସ୍ତା ଓ ପ୍ରମୁଖ ଛକ ଏବଂ ପରବର୍ତ୍ତି ସମୟରେ ସହରର ସମସ୍ତ ସାହି ଓ ଗଳିକନ୍ଦିରେ ଲାଗିଥିବା ଏଭଳି ପୋଷ୍ଟର ଗୁଡିକୁ ହଟାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଟିମ କ୍ଲିନ ସିଟି ପକ୍ଷରୁ ହାତକୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ସହରବାସୀ ଓ ବିଭିନ୍ନ ସଙ୍ଗଠନ ମଧ୍ୟ ସ୍ଵାଗତ କରିବା ସହିତ ସଙ୍ଗଠନର କାର୍ଯ୍ୟରେ ନିଜକୁ ସାମିଲ କରୁଥିବା ଦେଖିବାକୁ ମିଳିଛି। ଟିମ କ୍ଲିନ ସିଟି ପକ୍ଷରୁ ପ୍ରତ୍ୟେକ ରବିବାର ସକାଳ ସମୟରେ ସଦସ୍ୟ ଓ ସଦସ୍ୟା ମାନେ ଏକାଠି ହୋଇ ସହରର ବିଭିନ୍ନ ସ୍ଥାନ ବୁଲି ଏହି କାର୍ଯ୍ୟରେ ନିୟୋଜିତ ରହୁଛନ୍ତି। ରବିବାର ଦିନ ଅନୁରୁପ ଭାବେ ଟିମର ସଦସ୍ୟମାନେ ଏମକେସିଜି ମେଡିକାଲ ମୁଖ୍ୟ ଫାଟକ ନିକଟରେ ଏକାଠି ହୋଇ ମୋଟର ସାଇକେଲରେ କମାପଲ୍ଲୀ, ଟାଟାବେଞ୍ଜ ଛକ, ସୁବାରାଓ ଛକ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଛକ, କଂଗ୍ରେସ କାର୍ଯ୍ୟ।ଳୟ ଛକ ଓ ଗାନ୍ଧିନଗର ଛକ ପର୍ଯ୍ୟନ୍ତ ଯାଇ ଲାଗିଥିବା ପୋଷ୍ଟର ଓ ଫ୍ଲେକ୍ସ ଗୁଡିକୁ ହଟାଇଥିଲେ। ସମୂହ ସ୍ଵାର୍ଥ, ସ୍ଵଚ୍ଛତା, ସୁସ୍ଥ ପରିବେଶ ସାଙ୍ଗକୁ ସହରର ସୌନ୍ଦର୍ଯ୍ୟ ରକ୍ଷା ଦିଗରେ ସଙ୍ଗଠନ ପକ୍ଷରୁ ଜାରି ରହିଥିବା ଏଭଳି ପଦକ୍ଷେପକୁ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଇଏମସି କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କଙ୍କେ ସମେତ ବିଇଏମସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରାଙ୍କ ସମେତ ସମସ୍ତେ ପ୍ରସଂଶା କରିଛନ୍ତି। ଏପରିକି ନିଜକୁ ଏହି କାର୍ଯ୍ୟରେ ସାମିଲ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଦିଗରେ ବିଇଏମସି ପକ୍ଷରୁ ମଧ୍ୟ ରାସ୍ତାକଡରୁ ଜବରଦଖଲ ଉଛେଦ ଅଭିଯାନକୁ ତ୍ବରାନ୍ବିତ କରାଯାଇଛି।

ସେହିଭଳି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସରକାରୀ ଓ ବେସରକାରୀ ପ୍ରାଚୀରରେ ଚିତ୍ରାଙ୍କନ ଜରିଆରେ ସମାଜକୁ ବାର୍ତ୍ତ। ଦେବାଭଳି ଚିତ୍ର, ସରକାରଙ୍କ ବିଭିନ୍ନ ଯୋଜନା, ଓଡିଆ ପରମ୍ପରା, କ୍ରୀଡା ସମେତ ମହାପୁରୁଷ ମାନଙ୍କ ଚିତ୍ର ଆଙ୍କିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହି କ୍ରମରେ ବିଇଏମସି ପକ୍ଷରୁ ପ୍ରଥମ ପର୍ଯ୍ୟ।ୟରେ ସୁବାଷ ବୋଷ ଛକ ନିକଟରୁ ଆରମ୍ଭ କରି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଛକ, ପାଣିଟାଙ୍କି ଛକ ଓ ଗିରିରୋଡ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବର ପ୍ରାଚୀରକୁ ଟାର୍ଗଟେ କରାଯାଇଛି। ଏଥିପାଇଁ ଖଲ୍ଲିକୋଟ ସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଭୁବନେଶ୍ବର ସ୍ଥିତ ବି.କେ. ଆର୍ଟ କଲେଜ ଚିତ୍ରଶିଳ୍ପୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ଗୋଟିଏ ପଟେ ସହରବାସୀଙ୍କ ସହଯୋଗରେ ଅଗ୍ରଣୀ ସ୍ଵେଛାସେବୀ ସଙ୍ଗଠନ ଟିମ କ୍ଲିନ ସିଟି ପକ୍ଷରୁ ପୋଷ୍ଟର ଓ ଫ୍ଲେକ୍ସ ଚିରା ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ବିଇଏମସି ପକ୍ଷରୁ ଉକ୍ତ ପ୍ରାଚୀରରେ ଚିତ୍ର ଆଙ୍କିବା ଆରମ୍ଭ ହୋଇଛି। ଯଦ୍ବାରା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ରକ୍ଷା କରାଯାଇପାରିବ। ଏହି ଅଭିଯାନରେ ସମସ୍ତଙ୍କର ସହଯୋଗ ବିଇଏମସି ଓ ଟିମ କ୍ଲିନ ସିଟି ସଙ୍ଗଠନ ପକ୍ଷରୁ ଲୋଡାଯାଇଛି। ଏହା ବ୍ୟତିତ ଚିତ୍ରାଙ୍କନ ହୋଇଥିବା ପ୍ରାଚୀରରେ ଆଗାମୀ ଦିନରେ ପୋଷ୍ଟର ଲାଗିଲେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଆର୍ଥିକ ଜରିମାନା ସହିତ ଅନ୍ୟ କାର୍ଯ୍ୟ।ନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଇଏମସି କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ଟିମ କ୍ଲିନ ସିଟି ପକ୍ଷରୁ ହାତକୁ ନିଆଯାଇଥିବା ଏହି ଅଭିଯାନରେ ଟିମର ଉଭୟ ପୁରୁଷ ଓ ମହିଳା ବର୍ଗର ବହୁ ସଦସ୍ୟଙ୍କ ସହିତ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳା, କର୍ପୋରେଟର ସୁର୍ଯ୍ୟକାନ୍ତ ସୁବୁଦ୍ଧି, ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ, ଗଞ୍ଜାମ ଓକିଲ ସଂଘ ଯୁଗ୍ମ ସମ୍ପାଦକ ଅସିତ କୁମାର ସାବତ, ଅଭୟ କୁମାର ରଥ, କବୟତ୍ରୀ ପଦ୍ମିନୀ ମିଶ୍ର, ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପୃଷ୍ଟି, କ୍ରୀଡା ପ୍ରଶିକ୍ଷକ ସୁରେଶ ପାଢୀ, ଏନଆଇଏସ କୋଚ ପ୍ରଶାନ୍ତ କୁମାର ରଥ, ରାଜେଶ କୁମାର ସାହୁ, ମନୋଜ ଖୀମାନି, ସରିତା ଖିମାନୀ, ସସ୍ମିତା ପ୍ରଧାନ, ସନ୍ତୋଷ ବେହେରା, ଆଇନଜୀବୀ ମନୋଜ ପାଣିଗ୍ରାହୀ, ସୀମାଞ୍ଚଳ ଶତପଥୀ ଓ ମାନସ ସେଠୀ ପ୍ରମୁଖ ସକ୍ରିୟ ସାମିଲ ହୋଇଥିଲେ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *