January 21, 2025
Home » ବ୍ରହ୍ମା କୁମାରୀ ସଂସ୍ଥାନ ର ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମା ଙ୍କ ୫୬ ତମ ଅବ୍ୟକ୍ତ ସ୍ମୁତି ଦିବସ ପାଳିତ

ବ୍ରହ୍ମା କୁମାରୀ ସଂସ୍ଥାନ ର ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମା ଙ୍କ ୫୬ ତମ ଅବ୍ୟକ୍ତ ସ୍ମୁତି ଦିବସ ପାଳିତ

0

ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପ୍ରଜାପିତା ବ୍ରହ୍ମା ଙ୍କ ୫୬ ତମ ଅବ୍ୟକ୍ତ ସ୍ମୁତି ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ’ ତତ୍କାଳୀନ ସିନ୍ଧୁ ପ୍ରଦେଶ ଅନ୍ତର୍ଗତ ବର୍ତ୍ତମାନର ପାକିସ୍ଥାନ ର ହାଇଦ୍ରାବାଦ ସହରରେ ଗତ ୧୫/୧୨(୧୮୭୬) ମସିହାରେ ପ୍ରଜାପିତା ବ୍ରହ୍ମା ବାବା ଙ୍କ ଆବ୍ରିଭାବ ହୋଇଥିବା ବେଳେ ୧୯୬୯ ମସିହା ଜାନୁଆରୀ ୧୮ ତାରିଖରେ ଭାରତବର୍ଷର ରାଜସ୍ଥାନର ମାଉଣ୍ଟ-ଆବୁ ସ୍ଥିତ ମଧୁବନରେ ତାହାଙ୍କ ବିୟୋଗ ଘଟିଥିଲା । ତାଙ୍କରି ଆଦର୍ଶ ନୀତି ଓଁକାର ଧ୍ଵନି ସହ ଶାନ୍ତି ମାର୍ଗରେ ଈଶ୍ୱର ଙ୍କ ଠାରେ ସମର୍ପଣ ହେବା ବିଧି କୁ ଆଲୋକପାତ କରାଯାଇଛି ।

ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୁତି ଦିବସ ସମାରୋହରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷୀକ ଡ଼ା. ସ୍ଵାଧୀନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାଲିର ଲୋକମାନେ କେବଳ ଅର୍ଥ କମାଇବା ପାଇଁ ଅହରହ ବ୍ୟସ୍ତ, ବିବ୍ରତ ହୋଇପଡ଼ି ସବୁବେଳେ ଟେନ୍-ସନ ରହୁଛନ୍ତି, ଫଳରେ ଲୋକଙ୍କୁ ରୋଗାକ୍ରାନ୍ତ ବଢ଼ିବାରେ ଲାଗିଛି । ଯୋଗ ବ୍ୟାୟାମ, କ୍ରୀଡ଼ା, କସରତ, କୃଷି କାର୍ଯ୍ୟ କରିବା, କ୍ଷେତବାଡ଼ି କାମ କରିବାରେ ଅବହେଳା ପ୍ରଦର୍ଶନ ଅବା ନା ପସନ୍ଦ କରି ଅନ୍ୟ ଉପାୟରେ ଅର୍ଥ ଆଦାୟ କରିବାରେ ବ୍ୟସ୍ତ ହୁଅନ୍ତି । ଲୋକେ କାମ ନ କରି ଅଳସୁଆ ହେବା ଫଳରେ ଲୋକଙ୍କୁ ଡାଇବେଟିସ, ହାଇ ବ୍ଲଡ-ପ୍ରେସର୍, ହାର୍ଟ-ଆଟକ୍ ଭଳି ବିଭିନ୍ନ ଦୁରାରୋଗ୍ୟରେ ଲୋକେ ଶିକାର ହେଉଛନ୍ତି । ଲୋକମାନେ ଦେଶୀ ଖାଦ୍ୟ ନ ଖାଇ ତେଲ ମସଲାଯୁକ୍ତ ଖାଦ୍ୟ ଖାଇ ବହୁ ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି । ତେଣୁ ବର୍ତ୍ତମାନ ର ଯୁଗରେ ବ୍ରହ୍ମା କୁମାରୀ ସଂସ୍ଥାନର ରାଜଯୋଗ ମାଧ୍ୟମରେ ଓଁ ଶାନ୍ତି ଉଚ୍ଚାରଣ ଲୋକଙ୍କ ପାଇଁ ଭଲ ଫଳପ୍ରଦ ହେବ ବୋଲି ଡ଼ାକ୍ତର ସ୍ଵାଧୀନ ରଥ କହିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବରୁଣ କୁମାର୍ ପାଣିଗ୍ରାହୀ, ଛତ୍ରପୁର ବ୍ଳକ୍ ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ ସାହୁ, ଯୋଗଦେଇ ଅନେକ ସ୍ଵାସ୍ଥ୍ୟ ସଚେତନତା ମୂଳକ ସନ୍ଦେଶ ଦେଇ ବ୍ରହ୍ମା କୁମାରୀ ସଂସ୍ଥାନ ର ମହତ୍ତ୍ୱ ଅତି ମହନୀୟ ବୋଲି ପ୍ରତିପାଦିତ କରିଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବ୍ରହ୍ମା କୁମାର ସୂର୍ଯ୍ୟ ଭାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କୁ ଫୁଲ ଚନ୍ଦନ ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶେଷରେ ଅତିଥିଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *