February 21, 2026
Home » ବ୍ଲକସ୍ତରୀୟ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ଲକସ୍ତରୀୟ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

0
WhatsApp Image 2025-05-30 at 2.54.43 PM

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସାହାଜପିଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମ ଶଙ୍କର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଭାରପ୍ରାପ୍ତ ଅଧିକାରୀ ସାହାଜପିଟା ଡ଼ା.ପୂଜାଶ୍ରୀ ମିଶ୍ର ଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା l
ଏହି ସ୍ୱାସ୍ଥ୍ୟ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ସହଳ ରୋଗ ଚି଼ହ୍ନଟ ଚିକିତ୍ସା କେନ୍ଦ୍ର ର ଅଭୟ ଲେଙ୍କା (ଶ୍ରବଣ ଓ ବାକ ବିଶେଷଜ୍ଞ ) ଡ଼ା. ସୋମେଶ ରଞ୍ଜନ ପଣ୍ଡା (ଭୌତିକ ଚିକିତ୍ସକ ) ଡ଼.ସତ୍ୟନାରାୟଣ ପଣ୍ଡା (ଦନ୍ତ ଚିକିତ୍ସକ ) ଅଶ୍ୱିନୀ ଶତପଥି (ସାମାଜିକ କର୍ମୀ )ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମ୍ ର ଡ଼ା.ସରୋଜ କୁମାର ପଟେଲ, ଡ଼ା. ଚିତ୍ତରଞ୍ଜନ ତ୍ରିପାଠୀ, ଡ଼ା. ଲୋପାମୁଦ୍ରା ପଧାନ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ଛନ୍ଦାଚରଣ ପୁରୋହିତ,ଜଗଦୀଶ ଦାଶ, ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ ଓ ଆଶା ଦିଦି ମାନେ ସହଯୋଗ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *