July 5, 2025
Home » ବ୍ଲକ୍‌ସ୍ତରୀୟ ୟୁନିଫାଏଡ ଅଟୋମେସନ ସିଷ୍ଟମ (UAS) ତାଲିମ ଶିବିର ଅନୁଷ୍ଟିତ l

ବ୍ଲକ୍‌ସ୍ତରୀୟ ୟୁନିଫାଏଡ ଅଟୋମେସନ ସିଷ୍ଟମ (UAS) ତାଲିମ ଶିବିର ଅନୁଷ୍ଟିତ l

0
WhatsApp Image 2025-04-05 at 6.15.54 PM

ସୁବର୍ଣ୍ଣପୁର — ରାଜ୍ୟ ସରକାରଙ୍କ ଓସେପା ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା r ବ୍ଲକ୍‌ର ସମସ୍ତ ସି.ଆର.ସି.ସି ଓ ପ୍ରଧାନ ଶିକ୍ଷକଙ୍କୁ ୟୁନିଫାଏଡ ଅଟୋମେସନ ସିଷ୍ଟମ ରେ ତାଲିମ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ଦ୍ଦେଶ ଅନୁସାରେ ତିନି ଦିନ ଧରି ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ୟୁନିଫାଏଡ ଅଟୋମେସନ ସିଷ୍ଟମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତାଲିମ ଦେବା ନିମନ୍ତେ ମାଷ୍ଟର ଟ୍ରେନର ହିସାବରେ ଶ୍ରୀ ଜ୍ୟୋତିନ୍ ଦାଶ(ଏମ.ଆଇ.ଏସ୍.କୋଡିନେଟର) ଏବଂ ଶ୍ରୀ ପ୍ରମୋଦ କୁମାର ବିଶ୍ଵାଳ (ସି.ଆର.ସି.ସି, ମୁରଶୁଣ୍ଢୀ ) ତାଲିମ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରକୁ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ ଓ ଶ୍ରୀଯୁକ୍ତ ରାଜନାରlୟଣ ମିଶ୍ର (ଜିଲ୍ଲା ପ୍ରୋଗ୍ରାମ ର ସମଗ୍ର ଶିକ୍ଷା, (ସୁବର୍ଣ୍ଣପୁର) ଅନ୍ତିମ ଦିନରେ ଯୋଗଦେଇ ତାଲିମ ଶିବିରକୁ ପରିଦର୍ଶନ କରିବା ସହ ଉଦ୍‌ଯାପନ କରିଥିଲେ । ଶେଷରେ ଶ୍ରୀ ତପନ କୁମାର ମହାରଣା ଓ ପଂଚାନନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *