ବ୍ଲକ ଇସି ସଦସ୍ୟାଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
![](https://epaodisha.com/wp-content/uploads/2025/02/WhatsApp-Image-2025-02-04-at-4.05.00-PM-1-1024x768.jpeg)
ରାମନାଗୁଡା:-୦୪-୦୨-୨୦୨୫-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅଧୀନରେ କାର୍ଯ୍ୟରତ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଙ୍ଘ ତରଫରୁ ଏକ ଦାବିପତ୍ର ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟ ରେ ମଙ୍ଗଳବାର ଦିନ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଜୀବିକା ମିଶନ ଓ ମିଶନ ଶକ୍ତିର ତୃଣମୂଳ ସ୍ତରରେ ଥିବା ଇସି ସଦସ୍ୟାଙ୍କ ରିଷ୍ଟରକୋଚେରିଂ ବନ୍ଦ କରିବା।ସି. ଏଲ. ଏଫ, ଜିପିଏଲଏଫ, ବିଏଲଏଫ ଥିବା ଇସି ସଦସ୍ୟା ଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ଭାରତୀୟ ଶ୍ରମ ସମ୍ମିଳନୀ ୪୫ ଓ ୪୬ତମ ପ୍ରସ୍ତାବନା ଏହି ଯୋଜନାର କର୍ମୀ ମାନଙ୍କୁ ୱାର୍କର ମାନ୍ୟତା ସୁପାରିଶ କାର୍ଯ୍ୟକାରୀ କରିବା ସେହିପରି ମିଶନ ଶକ୍ତି ଇସି ମାନଙ୍କୁ ମାସିକ ମାନଦେୟ ସରକାରଙ୍କ ଦ୍ଵାରା ଘୋଷିତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ପ୍ରଦାନ କରିବା ।ସମଗ୍ର ଓଡ଼ିଶାରେ ଦୁଇ ହଜାର ସେପ୍ଟେମ୍ବର ମାସ ଠାରୁ କେତେକ ଜିଲ୍ଲାରେ ଅଧିକା ମାସର ବକେୟା ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ। ଇସି ମାନଙ୍କୁ ମୁଣ୍ଡ ପିଛା ହାରରେ ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରିଥିବା ବେଳେ ଗ୍ରାମ ପଞ୍ଚାୟତରେ ୨୦ ରୁ ୨୫ ଜଣ ଇସି ଙ୍କ ମଧ୍ୟରେ ବଣ୍ଟନ କରାଯାଇ ଦିଆ ଯାଉଥିବା ସ୍ୱଳ୍ପ ଭତ୍ତା ଅନ୍ୟାୟର ପୂର୍ଣଛେଦ କରିବା। ସହରାଞ୍ଚଳରେ କାର୍ଯ୍ୟରତ ଇସିଙ୍କୁ କୌଣସି ଭତ୍ତା ଦିଆ ଯାଉନଥିବାରୁ ସେମାନଙ୍କୁ ମାସିକ ଭତ୍ତା ସୁନିଶ୍ଚିତ କରିବା ସହିତ ଇସି ମାନଙ୍କୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସିଆରପି ଏବଂ ଏମବିକେ ପଦବୀ କୁ ପଦୋନ୍ନତି ଦେବା ।
ମିଶନ ଶକ୍ତ ଅଧିନସ୍ଥ ଜୀବିକା ମିଶନ ଓ ମିଶନ ଶକ୍ତି ଇସି ମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରାଯାଉ।ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ସଶକ୍ତିକରଣ ଭତ୍ତା ପ୍ରଦାନ କରିବା।ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସିଆରପି ଓ ଏମବିକେ ଇତ୍ୟାଦି କମ୍ୟୁନିଟି ସପଟ ଷ୍ଟାଫଙ୍କୁ ସ୍ଥାୟୀ କରିବା ସହିତ ତାଙ୍କ ବକେୟା ଭତ୍ତା ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବିପତ୍ର ରେ ଉଲ୍ଲେଖ କରିଥିବା ବେଳେ ଏହିପରି ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ନିଜ ଦାବି ଜଣାଇଥିଲେ।ଏହି ଦାବିପତ୍ର ପ୍ରଦାନ ସମୟରେ ମିଶନ ଶକ୍ତି ଇସି ବ୍ଲକ ସ୍ତରୀୟ ପେଡେରସନ ସଭାପତି ଆରତୀ ମୁଟିକା, ସମ୍ପାଦିକା ସଙ୍ଗୀତା ପ୍ରଧାନ, କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ସଭାନେତ୍ରୀ ସୁଶିଳା ମହାପାତ୍ର, ମାଳତୀ ମୁଟିକା ,ଲଷ୍ମୀ ମାଣ୍ଡାଙ୍ଗି, ରେବତୀ ଶବର, ଭାନୁମତୀ ଗମାଙ୍ଗ, ରୁପା ଶବର, ସ୍ବର୍ଣ୍ଣାଲତା ଗମାଙ୍ଗ ପ୍ରମୁଖଙ୍କ ସମେତ ଶତାଧିକ ଇସି ସଦସ୍ୟା ଯୋଗ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।