December 26, 2025
Home » ବ୍ଲକ ପୁର୍ନଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବ୍ଲକ ପୁର୍ନଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

0
WhatsApp Image 2025-10-31 at 10.35.26 PM

କେନ୍ଦୁଝର: ପୂର୍ବତନ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ରାଜକିଶୋର ବାରିକଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ଯ ଅଭିଯୋଗ ଶୁଣାଣୀ ଅଧିକାରୀଙ୍କୁ ନୂତନ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ସମନ୍ଧୀୟ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ହରିଚନ୍ଦନପୁର ବ୍ଲକର ୬ ଗୋଟି ଗ୍ରାମପଞ୍ଚାୟତ-ଜୁଙ୍ଗା,ବକ୍ସିବାରିଗାଁ, ତେନ୍ତେଳାପଶି,ଜଙ୍ଘିରା, ବୁଢାଖମଣ ଓ ହୁଣ୍ଡା ଘଟଗାଁର ୯ଟି ଗ୍ରାମପଞ୍ଚାୟତ ବିନିଦା, ପଟିଲୋ, ପଣ୍ଡାପଡା, ବଳଭଦ୍ର ପୁର ,ସୁନାଟାଙ୍ଗିରି, ବସନ୍ତପୁର, ବଡ଼ପିଛୁଳା, ରୁଟିଶିଳା, ପୁରୁମୁଣ୍ଡା ଓ ବାଉଁଶପାଳ ବ୍ଲକ ଅନ୍ତର୍ଗତ ବାରହାଗଡ ଗ୍ରାମପଞ୍ଚାୟତ, ଗୋନାସିକା ଗ୍ରାମପଞ୍ଚାୟତର ତଳରାଇଡିହା,ଜନ୍ତାରୀ,ତଳ ବୈତରଣୀ ଓ କୋଡିପଶା ଗ୍ରାମପଞ୍ଚାୟତର କୁଣ୍ଢେଇ, ତଳ କଂସ,ଦୁଆରଶୁଣି,ତୋରାଣିପାଣି,ଘୁଙ୍ଗି ଗାଁର ବୁଦ୍ଧିଜୀବୀ, ପଞ୍ଚାୟତ ରାଜ ପ୍ରତିନିଧିଙ୍କ ସହିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ସରକାରଙ୍କ ନୂତନ ବ୍ଲକ ପୁର୍ନଗଠନ ପ୍ରସ୍ତାବ ଦିଆଯାଇ ଅଛି।

ଆଦିବାସୀ ବହୁଳ ଜିଲ୍ଲାରେ ଏହି ୧୮ଗୋଟି ଅବହେଳିତ ଅପହଞ୍ଚ ତଥା ବିକାଶ ଆଢୁଆଳରେ ରହିଯାଇ ଥିବା ଗ୍ରାମ ପଞ୍ଚାୟତ ଗୁଡିକୁ ନେଇ ଏକ ନୂଆ ବ୍ଲକ ଗଠନ ନିମିତ୍ତ ପ୍ରସ୍ତାବ ଗୃହିତ କରାଯାଇ ଥିଲା। ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ସାମୁହିକ ଦରଖାସ୍ତ ଦିଆଯିବାର ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା। ନୂତନ ବ୍ଲକ ଗଠନ ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ଉପାନ୍ତ ଅଞ୍ଚଳର ଆଦିବାସୀ ଓ ପଛୁଆ ବର୍ଗର ଜନସାଧାରଣ ସରକାରଙ୍କ ଜନହିତକର ଯୋଜନାର ଲାଭ ମିଳିପାରିବ ବୋଲି ଶ୍ରୀଯୁକ୍ତ ରୁଦ୍ର ସେନ ଜିତ,ଭରତ ଚନ୍ଦ୍ର ନାଏକ, ତ୍ରିଲୋଚନ ପାତ୍ର, ଗୁରୁଚରଣ ନାଏକ,ନିଶାକର ମହାନ୍ତ, ବିଦ୍ୟାଧର ନାଏକ,ବିରଞ୍ଚି ନାରାୟଣ ଭୂଳୁଗାୟା, ଲକ୍ଷ୍ମଣ ମହାନ୍ତ, ଆର୍ତ୍ତତ୍ରାଣ ବେହେରା,ନରେନ୍ଦ୍ର ନାଏକ, ମନୋଜ କୁମାର ପଟେଲ ପ୍ରମୁଖ ପ୍ରକାଶ କରି ଦାବିପତ୍ର ପ୍ରଦାନ କରିଛନ୍ତି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *