November 28, 2025
Home » ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-02-11 at 4.16.51 PM (1)

ରାଜ୍ୟ ମହିଳା କମିଶନଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ଯାଣ ବିଭାଗ ଦ୍ଵାରା ଆଜି ନବରଙ୍ଗପୁର ସ୍ଥିତ ବୈଭବ କଲ୍ଯାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ଯାଣ କର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଥିବା ଏହି ବ୍ଲକ ସ୍ତରୀୟ କର୍ମଶାଳାରେ ନବରଙ୍ଗପୁର ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝି ମୁଖ୍ଯଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝି ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କର ମହନୀୟତା କୁ ସ୍ମରଣ କରାଇବା ସହିତ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ମହିଳା ମାନଙ୍କ ନିମନ୍ତେ ସୁବିଧା ଗୁଡିକ ଆଲୋଚନା କରିବା ସହିତ, ସମସ୍ତ ଝିଅ ମାନଙ୍କୁ ପାଠ ପଢିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ଲକ୍ଷ୍ମୀ ସରସ୍ଵତୀ ଓ ଦୂର୍ଗା ଙ୍କ ମହିମା ଉପରେ ଆଲୋକପାତ କରିବା ସହିତ ମହିଳା ମାନେ ନିଜକୁ ଦୁର୍ବଳା ବୋଲି ନିଜକୁ ନଭାବି ପରିବାର ରୁ ରାଷ୍ଟ୍ର ପର୍ଯ୍ୟନ୍ତ ନେତୃତ୍ଵ ନେବାକୁ ଆହ୍ଵାନ ଦେଇଥିଲେ ।

ରିସୋସ ପସନ ଭାବରେ ଯୋଗଦେଇ ଆଡଭୋକେଟ କିଶୋରୀ ପଟ୍ଟନାୟକ ଓ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଥିବା ଲିଙ୍ଗ ଭୃଣ ନିରୂପଣ ନିବାରଣ ଆଇନ, ବାଲ୍ୟ ବିବାହ ନିଷେଦ୍ଧ ଆଇନ, ଯୌତୁକ ନିବାରଣ ଆଇନ , କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ , ଘରୋଇ ହିଂସା ନିବାରଣ ଆଇନ, ଡାହାଣୀ ନିବାରଣ ଆଇନ ଓ ମହିଳା ଚାଲାଣ ଆଇନ ଉପରେ ବିଷଦ ଭାବରେ ଆଲୋଚନା କରିବା ସହିତ, ମହିଳା ମାନଙ୍କ ନିମନ୍ତେ ଉଦିଷ୍ଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର , ଅତିରିକ୍ତ ଆରକ୍ଷୀନିର୍ଦେଶ ଆଦିତ୍ୟ ସେନ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା , କାର୍ଯ୍ୟନିର୍ବାହୀ ଅଧିକାରୀ ସାମରେନ୍ଦ୍ର ମହାନ୍ତି ,ପ୍ରୋଗ୍ରାମ ଅଫିସର ପୁଷ୍ପା ପଟ୍ଟନାୟକ , କାଉନସେଲର ଶର୍ମୀଷ୍ଠା ଦେଓ, ନଗେନ୍ଦ୍ର ପଟ୍ଟନାୟକ , ସୁପର ଭାଇଜର ରଶ୍ମୀପ୍ରଭା ପାଣିଗ୍ରାହୀ , ସୁଶ୍ରୀ ରେଖା ତ୍ରିପାଠୀ ,ବୈଶାଖି ସାମଲ , ଆରତୀ ନଳିନୀ ନନ୍ଦ ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ ଶକ୍ତିସଦନର ପ୍ରତିନିଧି ଏମେ ଅନିତା କୁମାରୀ, ମନରମା ମାଝି ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ସିଡିପିଓ ମିନତୀ ଦାସ କର୍ମଶାଳାର ଉଦେଶ୍ୟ ଜ୍ଞାମ୍ପନ କରିଥିବା ବେଳେ ସୁପର ଭାଇଜର ସୁଶ୍ରୀ ରେଖା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *