December 20, 2025
Home » ବ୍ଲକ ସ୍ତରୀୟ ଜନଶୁଣାଣୀ ନିମନ୍ତେ ୧୦୦ ଟି ସ୍ଲଟ ଉପଲବ୍ଧ ରହିବ

ବ୍ଲକ ସ୍ତରୀୟ ଜନଶୁଣାଣୀ ନିମନ୍ତେ ୧୦୦ ଟି ସ୍ଲଟ ଉପଲବ୍ଧ ରହିବ

0
WhatsApp Image 2025-04-10 at 12.33.50 PM

ଅନ ଲାଇନ ସ୍ଲଟ ବୁକିଂ ପ୍ରତି ଶୁକ୍ରବାର ଦିନ ୧୧ ଘଂ. ରୁ ଶନିବାର ରାତ୍ର ୧୧. ୫୯ ମି ପର୍ଯ୍ୟନ୍ତ ହେବ l

ସୁବର୍ଣ୍ଣପୁର –ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ସୋମବାର ଦିନ ଅନୁଷ୍ଠିତ ହେଉଥିବା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସକାଳ ୭ ଘଟିକାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସମସ୍ତ ଅଭିଯୋଗକାରୀ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଜନଶୁଣାଣୀ ଶିବିରରେ ସାକ୍ଷତକାର ପାଇଁ ପ୍ରତ୍ୟେକ ଜନଶୁଣାଣୀ ସୋମବାରର ପୂର୍ବ ଶୁକ୍ରବାର ଦିନ ୧୧ ଘଟିକାରୁ ଶନିବାର ରାତି ୧୧. ୫୯ ଘଟିକା ପର୍ଯ୍ୟନ୍ତ ଅନଲାଇନ ଜରିଆରେ http://janasunani.odisha.gov.in ୱେବ ସାଇଟରେ ସ୍ଲଟ ଵୁକ୍ କରିବେ l ଜିଲ୍ଲାର ବ୍ଲକ ସ୍ତରୀୟ ଶୁଣାଣୀ ନିମନ୍ତେ କେବଳ ୧୦୦ ଗୋଟି ସ୍ଲଟ ଉପଲବ୍ଧ ରହିଛି ଏଣୁ ଅଭିଯୋଗ ନିମନ୍ତେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଅଭିଯୋଗ ପାଇଁ ସ୍ଲଟ ବୁକ କରାଇ ନେଇ ସ୍ୱୀକୃତି ସ୍ଲିପ ସହିତ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରବେଶ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *