February 4, 2026
Home » ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ । ‘ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ’

ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ । ‘ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ’

0
unnamed

ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନାଟୁଗାଁ ସରପଞ୍ଚ ସାଗରବାଳା ବରାଡ଼, ସମିତିସଭ୍ୟା ତୋଫାନୀ ଦାଶ, ଚମ୍ପତିପୁର ପଞ୍ଚାୟତ ସରପଞ୍ଚ ଅମର ପ୍ରସାଦ ସାଥୁଆ, କ୍ରିଦାଶପୁର ପଞ୍ଚାୟତ ସମିତିସଭ୍ୟା ବାସନ୍ତି ପଣ୍ଡା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋଚନା ରଖିଥିଲେ । ଗ୍ରାମ କୃଷି ଉତ୍ପାଦନ ବୃଦ୍ଧିରେ ଜଳ ବିଭାଜିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି । କୃଷି ଓ କୃଷକର ଉନ୍ନତୀ ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ମତ ରଖିଥିଲେ । ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ ବୋଲି କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଜ୍ଞାନ ରଞ୍ଜନ ସାହୁ ତାଙ୍କ ବକ୍ତବ୍ୟରେ ରସାୟନିକ ସାରର ସୀମିତ ବ୍ୟବହାର ଏବଂ ଜୈବିକ ସାର ଅଧିକ ବ୍ୟବହାର ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ବାରିଆନାଳ ଅଣୁ ଜଳ ବିଭାଜିକା ସମ୍ପାଦକ ଚକ୍ରଧର ଜେନା ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା କିଭଳି କୃଷି ଉପଯୋଗୀ ହୋଇପାରୁଛି, ତାହା ଉପରେ ମତ ରଖିଥିଲେ । ଏହି ଅବସରରେ ଜଳ ବିଭାଜିକା ମାର୍ଗଦର୍ଶକ ଏବଂ ଜଳ ବିଭାଜିକା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନାଟକ ମାଧ୍ୟମରେ ଏବଂ ଏଲଇଡି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳୀଚରଣ ବେହେରା, ସୈାମ୍ୟରଞ୍ଜନ ଶତପଥି, ମଧୁସ୍ମିତା ବେହେରା ପ୍ରମୂଖ ଯୋଗ ଦେଇଥିଲେ । ଜଳ ବିଭାଜିକା ମହୋତ୍ସବ ଅବସରରେ ବୃକ୍ଷରୋପଣ କରାଯିବା ସହ ଚାଷୀ ଜମିକୁ ସେଚ କେନାଲ ଲୋକାର୍ପଣ ହୋଇଥିଲା । ଏହା ସହିତ ଏକ ନାଟୁଗାଁ ପୋଖରୀ ଜଳ ପ୍ରବେଶ ଓ ନିଷ୍କାସନ ପଥ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ସହକାରୀ କୃଷି ଯନ୍ତ୍ରୀ ବୀରଭଦ୍ର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ମହୋତ୍ସବକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସଫଳ କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *