ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ l

ସୁବର୍ଣ୍ଣପୁର —ପିଏମ ଶ୍ରୀ କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ସଭା ଗୃହରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର କୁ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟର ରଜତ କୁମାର ବଡମାଳି ଓ ମୁରଶୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟର ସଚ୍ଚିଦାନନ୍ଦ ବେରିହା ବିଚାରକ ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚକାନୟନ ମେହେର ସଂଯୋଜନା କରିଥିବା ବେଳେ ଶ୍ରୀମତୀ ନନ୍ଦିନୀ ମାହାଣା ଓ ଶ୍ରୀମତୀ ନିବେଦିତା ମିଶ୍ର ସହଯୋଗ କରିଥିଲେ।ଏହି ଆଲୋଚନା ଚକ୍ରରେ ମହାରାଜା ଉଚ୍ଚ ବିଦ୍ୟାଳୟର ହରିହର ଡାକୁଆ ପ୍ରଥମ ,କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟର ଜୟଶ୍ରୀ କର୍ମୀ ଦ୍ଵିତୀୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ତୃପ୍ତିମୟୀ ବାଘ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଛନ୍ତି।ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…