July 4, 2025
Home » ବ୍ଲକ ସ୍ତରୀୟ ଶିଶୁ ବାଟିକା ତାଲିମ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ଶିଶୁ ବାଟିକା ତାଲିମ ଶିବିର ଅନୁଷ୍ଠିତ

0
WhatsApp Image 2025-03-29 at 11.26.19 AM (1)------

ସୁବର୍ଣ୍ଣପୁର — ସୋନପୁର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ପଞ୍ଚ ଦିବସୀୟ ଶିଶୁବାଟିକା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଗତ.୨୪/୦୩/୨୦୨୫ ରୁ ଆରମ୍ଭ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ତାଲିମ ଶିବିର କୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ ଙ୍କ ଦ୍ଵାରା ଉଦଘାଟିତ ହୋଇ ଉଦ୍ଦେଶ୍ୟ ଜ୍ଞାପନ କରାଯାଇଥିଲା। ଗଡଭିତର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବୁଦ୍ଧଦେବ ସା ଙ୍କ ତତ୍ତ୍ଵାବଧାନରେ ତାଲିମ ଶିବିର ସାଧନ କର୍ମୀ ଭାବେ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ,ଶ୍ରୀଯୁକ୍ତ ସୋନୁ କୁମାର ନାଏକ, ଶ୍ରୀଯୁକ୍ତ ଭରଦ୍ୱାଜ ଦାଶ ଓ ଶ୍ରୀଯୁକ୍ତ ସୁଧାଂଶୁ ତ୍ରିପାଠୀ କାର୍ଯ୍ୟ ପରିଚାଳନା କରିଥିଲେ। ତାଲିମ ଶିବିର ରେ ସାଧନ କର୍ମୀ ମାନେ ବିଭିନ୍ନ ବିଷୟ ଯଥା ଜାତୀୟ ଶିକ୍ଷା ନୀତି ୨୦୨୦,ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା, ପିଲାଙ୍କ ଶିକ୍ଷଣ ପ୍ରକ୍ରିୟା କୁ ବୁଝିବା, ବିକାଶ ର ବିଭିନ୍ନ ଦିଗ,ପାଠ୍ୟକ୍ରମ ର ଲକ୍ଷ୍ୟ , ଶାରୀରିକ,ସାମାଜିକ, ଆବେଗିକ, ନୈତିକ ,ବୌଦ୍ଧିକ, ଭାଷାଗତ, ସୌନ୍ଦର୍ଯ୍ୟବୋଧ ଇତ୍ୟାଦି ର ବିକାଶ, ଯାଦୂପେଡି, ଇ ଯାଦୁଇ ପିଟାରା , ଗୋଷ୍ଠୀ ସଂପୃକ୍ତି ଇତ୍ୟାଦି ବିଷୟରେ ଅତି ସୁନ୍ଦର ଭାବରେ ଆଲୋଚନା କରିଥିଲେ। ତାଲିମ ଶିବିର ରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୬୨ ଜଣ ପ୍ରଶିକ୍ଷାର୍ଥୀ ଶିକ୍ଷକ ଙ୍କ ପ୍ରତ୍ୟକ୍ଷ ଅଂଶ ଗ୍ରହଣ ତାଲିମ ଶିବିର ର ଶୋଭା ବର୍ଦ୍ଧନ କରୁଥିଲା। ତାଲିମ ଶିବିର ର ଉଦଯାପନୀ ସଭାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଶିଶୁବାଟିକା ଶ୍ରେଣୀ ର ସଫଳତା ପାଇଁ ସହଯୋଗ ଆହ୍ବାନ କରି ପରିସମାପ୍ତି ଘୋଷଣା କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *