October 23, 2025
Home » ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ l

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ l

0
WhatsApp Image 2025-10-17 at 6.18.37 PM

 

 

ସୁବର୍ଣ୍ଣପୁର– ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡି ଠାରେ ପ୍ରାୟ ୬୫୦ ଜଣ ଛାତ୍ର ଛାତ୍ରୀ ଙ୍କ ଗହଣ ରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି I ସୋନପୁର ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମଣ ମିଶ୍ର ଙ୍କ ସଭାପତିତ୍ୱ ତଥା ସହ ଗୋଷ୍ଠୀ ଶିକ୍ଷାଧିକାରୀ ଫକୀର ଚରଣ ଭୋଇ ଏଵଂ କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବଲାଡି ସରପଞ୍ଚ ଶ୍ରୀ ରାଜୁ କୁମ୍ଭାର ଯୋଗଦାନ କରିଥିଲେ। ତାଙ୍କ ବକ୍ତବ୍ୟ ରେ ସେ ବଲାଡି ଠାରେ ସୁରଭି ଅନୁଷ୍ଠିତ ହୋଇଥିବାରୁ ବହୁତ୍ ଖୁସି ବ୍ୟକ୍ତ କରିଥିଲେ ଏଵଂ ଏହିଭଳି କାର୍ଯ୍ୟକ୍ରମ ସବୁଠାରେ କରିବାକୁ କହିଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ସଦସ୍ୟା ଜ୍ୟୋସ୍ନାମୟୀ ଶତପଥୀ ଯୋଗ ଦେଇଥିଲେ। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆ , ସମ୍ମାନିତ ଅତିଥି ଭାବେ ବଲାଡି ସମିତି ସଭ୍ୟା ରଶ୍ମିତା ସେଠୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ଦଣ୍ଡ ମହର୍ଷି ତଥା ଦଣ୍ଡ ଅର୍ଜୁନ ବିପିନ ଜାଲ, କୃତି ପାରାୟଣ ଗାୟିକା ଆଶାଜ୍ୟୋତି ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଇଭେଣ୍ଟ ମ୍ୟାନେଜର ଭାବେ ଗଡଭିତର ସି ଆର୍ ସି ସି ବୁଦ୍ଧଦେବ ସା ଓ ରେଙ୍ଗାଲି ସି ଆର୍ ସିସି ହରିହର ସା କାର୍ଯ୍ୟ କରିଥିବା ବେଳେ ଖାଦ୍ୟ ପରିବେଷଣ ରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜୟନାରାୟଣ ବାବୁ, ପଦ୍ମନାଭ ଧରୁଆ, ସଞ୍ଜୀବ ମିଶ୍ର, ପୁରସ୍କାର ବିତରଣ ରେ ସି ଆର୍ ସି ସି ରିଚପାଲ୍ ମେହେର,ରଞ୍ଜନ ବୁଡେକ୍ , ସଭା କାର୍ଯ୍ୟ ପରିଚାଳନା ସମ୍ପାଦକ ତଥା ସହ ସମ୍ପାଦକ ଭାବେ ନାରାୟଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନେଶ୍ୱର ପାଣିଗ୍ରାହୀ, ବଲାଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟଜିତ୍ ପଟ୍ଟନାୟକ,ବଲାଡି ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭରଦ୍ୱାଜ ଦାଶ ସମ୍ପାଦନ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ପରିଚାଳନରେ ସି ଆର୍ ସି ସି ଉମା କାନ୍ତ ମିଶ୍ର ,ସୁମନ୍ତ ତଣ୍ଡକାର,ଚୈତନ୍ୟ ବିଶ୍ଵାଳ, ପ୍ରଫୁଲ୍ଲ ବିଶ୍ଵାଳ, ରଶ୍ମିତା ସାହୁ, ମଣିଦ୍ର ମହାକୁର, ବ୍ରତାନନ୍ଦ ଭୋଇ, ପ୍ରସନ୍ନ କୁମାର ପଣ୍ଡା ସହଯୋଗ କରିଥିଲେ। ବଲାଡି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସର୍ବେଶ୍ଵର ମିଶ୍ର, ଶିକ୍ଷୟିତ୍ରୀ ସୁଶ୍ରୀ ସୃଜନୀ ମିଶ୍ର ତଥା ବଲାଡି ଉପ୍ରା ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ କୁମାରୀ ପ୍ରିୟାରାଣୀ ପୃଷ୍ଟି ଓ ଦଶମ ଛାତ୍ର ଶ୍ରୀ ସୁଜିତ୍ ଦାଶ।  ପରିଶେଷରେ ସମସ୍ତ ପ୍ରତିଭାଗୀ ମାନଙ୍କୁ ବ୍ଲକ ତରଫରୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଶିକ୍ଷକ ସଂଗ୍ରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *