ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସମ୍ମିଳନୀ କକ୍ଷ ରେ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ବିଗତ ଏକ ବର୍ଷ ମଧ୍ୟରେ ସମ୍ପାଦିତ ହୋଇଥିବା କାର୍ଯ୍ୟ ଗୁଡିକର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜନ ଶୁଣାଣି କମିଟି ର ସଦସ୍ୟ ଗୋବିନ୍ଦ ମହାରଣା, ଦିନନାଥ ବାଘ, ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର, ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ କୁମାର ସାହୁ ଯୋଗ ଦେଇଥିଲେ l ଏଥିରେ ପଂଚାୟତ ସମିତି ଅନ୍ତର୍ଗତ ଉଭୟ ଯୋଜନା ର ହିତାଧିକାରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ l ଚଉଦ ଗୋଟି ପଂଚାୟତ ରେ କରାଯାଇଥିବା ସାମାଜିକ ସମୀକ୍ଷା ରେ ଆସିଥିବା ଏବଂ ଗ୍ରାମ ସମ୍ବଳ କର୍ମୀ ମାନେ ଗ୍ରହଣ କରିଥିବା ଅଭିଯୋଗ କୁ ବ୍ଲକ ସାମାଜିଜ ସମୀକ୍ଷକ ସୁଦାମ ଗାଈଗରିଆ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ କୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସୋନାଲି ଦାସ ସଂଯୋଜନା କରିଥିବା ବେଳେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l ପଂଚାୟତ ସମିତି ଅନ୍ତର୍ଗତ ସମସ୍ତ ଜନପ୍ରତିନିଧି, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ, ଏ ଡି ଇ ଓ, ଗ୍ରାମ ସମ୍ବଳ କର୍ମୀ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ର ଅଧିକାରୀ ତଥା ପଂଚାୟତ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ସରିତ କୁମାର ସାହୁ, ମେନକା ଦୀପ, ନରେଶ ମେହେର, ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…