September 21, 2024
Home » ବ୍ଳକ ପରିସରରେ ସୁଭଦ୍ରା ଉଦଘାଟନୀ ଉତ୍ସବ ଧୁମଧାମରେ ପାଳିତ

ବ୍ଳକ ପରିସରରେ ସୁଭଦ୍ରା ଉଦଘାଟନୀ ଉତ୍ସବ ଧୁମଧାମରେ ପାଳିତ

0

 

ଗଣିଆ (ଇପିଏ)ଗଣିଆ ବ୍ଳକ ପରିସରରେ ସୁଭଦ୍ରା ଉଦଘାଟନୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ପ୍ରିତିବାଳା ରଣା, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ସାଂସଦଙ୍କ ପ୍ରତିନିଧି ଶରତ କୁମାର କର,ସିଡିପିଓ ଉଷାରାଣୀ ସାହୁଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ । ସୁପରଭାଇଜର ଟୁନି ଦାଶ,ବିପିସି ପ୍ରମୋଦ କୁମାର ବେହେରା,ବିପିଏମ କାଦମ୍ବିନୀ ନାୟକ,ବିପିଏମ ଅମ୍ବିକା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତହସିଲଦାର ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଆଜିଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଉଥିବାରୁ ଏଥିପାଇଁ ବିଡ଼ିଓ ସମସ୍ତଙ୍କୁ ସ୍ବଛତା ପାଇଁ ଶପଥ ପାଠ କରାଇଥିଲେ । ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀରୁ ଲୋନ ନେଇ କିପରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ସେ ସମ୍ପର୍କରେ ଜଣାଇଥିଲେ । କୁନି କୁନି ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ମହିଳା ମାନେ ଏକକ ଅଭିନୟ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରିଥିଲେ । ଭୂବନେଶ୍ବରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଭଦ୍ରା ଯୋଜନା ଉଦଘାଟନୀ ଉତ୍ସବକୁ ଏଲଇଡି ମାଧ୍ୟମରେ ସମସ୍ତ ମହିଳା ଉପଭୋଗ କରିଥିଲେ ।

ଉଦଘାଟନ ସମୟରେ ହୁଳହୁଳିରେ କମ୍ପି ଉଠିଥିଲା ସଭାସ୍ଥଳ । ପ୍ରାୟ ୧ ହଜାରରୁ ଅଧିକ ମହିଳା ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ ନିଜେ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିବା ସହିତ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ବଛ ଭାରତ ମିଶନ ଏବଂ ଜଳଜୀବନ ମିଶନ ଯୋଜନାରେ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ବ୍ଳକର ବିପିଏମ,ବିଏଲସି,ଜିପିଇଓ, କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ରଜ କିଶୋର ସାହୁ, ଗଣିଆ ନୟାଗଡ

Leave a Reply

Your email address will not be published. Required fields are marked *