July 1, 2025
Home » ବ୍ଳକ ସ୍ତରିୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା

ବ୍ଳକ ସ୍ତରିୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା

0
WhatsApp Image 2025-06-10 at 6.22.26 PM

ରାମନାଗୁଡା :-ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ର କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଚାରୋଟି ପଞ୍ଚାୟତରୁ ଆଠଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ତିନି ଜଣ ସଦସ୍ୟା ଭାବରେ ମୋଟ ଚବିଶ ଜଣ ମହିଳା ଅତି ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ଚାଳିଶ ପ୍ରକାରର ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା। ମୂଖ୍ୟ ଅତିଥୀ ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଉପସ୍ଥିତ ହୋଇ ମା ମାନଙ୍କୁ ପାରମ୍ପରିକ ଖାଦ୍ୟର ଉପକାରିତା ବିଷୟରେ ବୁଝାଇବା ସହିତ ପାରମ୍ପରିକ ଖାଦ୍ୟକୁ ବଜାୟ ରଖିବା ପାଇଁ ନିଜ ଭାଷଣରେ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ସହକାରୀ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଏ. ସନ୍ନମୁକା ପାତ୍ର, ସିଡିପିଓ ଅଞ୍ଜଳି ମହାପାତ୍ର, ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ପ୍ରଣତୀ ମହାପାତ୍ର, ବ୍ଲକ୍ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ସହ-ବ୍ଲକ୍ ଶିକ୍ଷା ଅଧିକାରୀ ଏସ.ଏନ. ପାଣିଗ୍ରାହୀ, ରାମନାଗୁଡ଼ା ହାଇସ୍କୁଲର ଟିଜିଟି ଶିକ୍ଷୟତ୍ରୀ ଶାନ୍ତି ବେହେରା, ମିଶନ ଶକ୍ତି ବ୍ଲକ୍ ପ୍ରକଳ୍ପ ସଂଯୋଜକ ଜୟନ୍ତ କୁମାର ସେଠୀ, ବ୍ଲକ୍ ପ୍ରକଳ୍ପ ସହ-ସଂଯୋଜକ ବି. କିରଣ କୁମାର, ଭାରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ କୁମାର ତଣ୍ଡାସି ଏହି ବୈଠକରେ ଉପସ୍ଥିତ ଥିଲେ। ବିଚାରକ ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ପ୍ରଣତୀ ମହାପାତ୍ର, ରାମନାଗୁଡ଼ା ହାଇସ୍କୁଲର ଟିଜିଟି ଶିକ୍ଷୟତ୍ରୀ ଶାନ୍ତି ବେହେରା ଦାୟିତ୍ୱ ତୁଲାଇବା ସହ ପରିବେଷଣ ହୋଇଥିବା ଖାଦ୍ୟ ତିଆରି ବିଷରେ ପଚାରିବା ସହ ମୂଲ୍ୟାଙ୍କନ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଖାମେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ, ଗୁମୁଡ଼ା ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ମା ଜଗତ ଜନନୀ ସ୍ୱୟଂ ସହାୟକ ଗୋଷ୍ଠୀ, ଚାକୁଣ୍ଡା ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଗ୍ରୁପର ତିନି ଜଣ ସଦସ୍ୟା ହେଲେ-ଜ୍ୟୋସ୍ନାମୟୀ ନାୟକ, ଶାଲତା, ପ୍ରଣତି ସାହୁ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଗ୍ରୁପର ତିନି ଜଣ ସଦସ୍ୟା ହେଲେ-ଆରତୀ ମୁଟୁକା, ଭବାନୀ ମାଣ୍ଡାଙ୍ଗୀ, ଜ୍ୟୋତି ପାତିକା । ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଞ୍ଚ ହଜାର ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାରି ହଜାର ଟଙ୍କା ପୁରଷ୍କାର ରାଶି ସହିତ ସାର୍ଟିଫିକେଟ୍ ଓ ଅନ୍ୟ ସମସ୍ତ ଏସଏଚଜି ସଦସ୍ୟାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ଗ୍ରୁପକୁ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସୁପାରିଶ କରାଯାଇଗଲା। ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବ୍ଲକ୍ ପ୍ରକଳ୍ପ ସଂଯୋଜକ ଜୟନ୍ତ କୁମାର ସେଠୀ ପରିଚାଳନା କରିଥିଲାବେଳେ ଆଇସିଡିଏସ ଓ ମିଶନ ଶକ୍ତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ramanaguda ru narasingh parichha nka report

Leave a Reply

Your email address will not be published. Required fields are marked *