October 15, 2024
Home » ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ କରି ଗିରଫ ହେଲେ ୪ସାମ୍ୱାଦିକ।

ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ କରି ଗିରଫ ହେଲେ ୪ସାମ୍ୱାଦିକ।

0

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନାରେ ଘଟିଥିବା ଏକ ଡକାୟତି ଘଟଣାରେ ରବିବାର ରାତିରୁ ପୁଲିସ ୪ ଜଣ ୱେବ୍‌ ସାମ୍ବାଦିକ ଓ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରି ତଦନ୍ତ ଜାରିରଖିଛି ସଦର ଥାନା ପୋଲିସ। ସୂଚନା ଅନୁସାରେ, ଗତ ଅକ୍ଟୋବର ୨ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ଦଶହରା ଥିବା ଯୋଗୁଁ ପୁଲିସ ଆଇନଶୃଙ୍ଖଳା ବ୍ୟବସ୍ଥାରେ ବ୍ୟସ୍ତ ରହିଥିଲା। ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ସଇନ୍ତଲା ପୁଲିସ କାବୁ କରିଥିଲା। ଏହି ଘଟଣାରେ ପୁଲିସ ୪ଜଣ ୱେବ୍‌ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। । ଏହି ଘଟଣାରେ ଅନ୍ୟମାନେ ଫେରାର ଥିବା ଜଣା ପଡିଛି। ଘଟଣାରେ ପ୍ରାୟ ୮ ଜଣଙ୍କୁ ପୁଲିସ ସନ୍ଦେହ କରୁଛି। ସବିଶେଷ ତଥ୍ୟ ପୋଲିସ ପ୍ରଶାସନର ସାମ୍ୱାଦିକ ସମ୍ମିଳନୀ ପରେ ଲୋକ ଲୋଚନକୁ ଆସିବ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *