July 4, 2025
Home » ବ୍ୟାସ ସରୋବର ପ୍ରକଳ୍ପ ଓ ବ୍ୟାସଦେବ ଟାଉନ ହଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ୟାସ ସରୋବର ପ୍ରକଳ୍ପ ଓ ବ୍ୟାସଦେବ ଟାଉନ ହଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
WhatsApp Image 2025-02-08 at 9.07.46 PM

ଯାଜପୁର: ଯାଜପୁର ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ଅନ୍ତର୍ଗତ ୪ର୍ଥ କିସ୍ତି ପ୍ରଦାନ ସହ ବ୍ୟାସନଗର ଠାରେ ନବ ନିର୍ମିତ ଟାଉନ ହଲର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏହି ଟାଉନ ହଲ ବିଶେଷ ସହାୟକ ହେବ।ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ମଧ୍ୟ ଉଦଘାଟନ କରିଛନ୍ତି। ମହର୍ଷି ବ୍ୟାସଦେବ ସେଠାରେ ମହାଭାରତର ଶେଷ ପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *