December 18, 2025
Home » ଭଦ୍ରାସାହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଚୋର

ଭଦ୍ରାସାହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଚୋର

0
WhatsApp Image 2025-12-16 at 12.02.24 PM

ଯୋଡ଼ା – କେନ୍ଦୁଝର ଜିଲ୍ଲାର  ବଡ଼ବିଲ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଏକ ତାଜା ଉଦାହରଣ ଭାବେ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ରାତିରେ ଦୁବୃତ୍ତମାନେ ଚୋରି କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବଡ଼ବିଲ–ଭଦ୍ରାସାହି ରାଜପଥର ଭୁସୁଗାଁ ନିକଟସ୍ଥ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ଅଧୀନରେ ଥିବା ଭଦ୍ରାସାହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଦୁବୃତ୍ତମାନେ ଭିତରକୁ ପ୍ରବେଶ କରିଥିଲେ। ଚୋରିରେ କାର୍ଯ୍ୟାଳୟରେ ରଖାଯାଇଥିବା ୩ଟି ଲ୍ୟାପଟପ୍, ୩ଟି ଚାର୍ଜର, ୩ଟି ବ୍ୟାଗ୍, ୧ଟି ପ୍ରିଣ୍ଟର, ୧ଟି ସ୍କାନର ମେସିନ୍, ୧ଟି ଇନଭର୍ଟର, ୧ଟି ଇନଭର୍ଟର ବ୍ୟାଟେରୀ, ୧ଟି କାନ୍ଥ ଘଡି ଓ ଗୋଟିଏ ସିଲିଙ୍ଗ ଫ୍ୟାନର କଏଲ୍ ଲୁଟି ନେଇଥିବା ଜଣାପଡ଼ିଛି। ରାଜସ୍ୱ ନିରୀକ୍ଷକ ଶ୍ରୀ ପ୍ରକାଶ ପ୍ରଧାନ କାର୍ଯ୍ୟାଳୟରେ ପହଞ୍ଚି ଏହି ଚୋରି ଘଟଣା ବିଷୟରେ ଅବଗତ ହୋଇ ସଙ୍ଗେସଙ୍ଗେ ବଡ଼ବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡାଙ୍କୁ ସୂଚନା ଦେଇଥିଲେ। ଖବର ପାଇ ବଡ଼ବିଲ ତହସିଲଦାର ଘଟଣାସ୍ଥଳକୁ ଯାଇ ତନଖି କରିବା ସହ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ପ୍ରକାଶ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *