ଭରତୀୟ ତଟ ରକ୍ଷକ ପକ୍ଷରୁ ପାରାଦୀପ ଠାରେ “ହର ଘର ତ୍ରିରଙ୍ଗା ଅଭିଯାନ – ୨୦୨୫” ର ଆୟୋଜନ

ଭାରତର ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ, ଭାରତୀୟ ତଟ ରକ୍ଷକ ଜିଲ୍ଲାମୁଖ୍ୟାଳୟ (ଓଡ଼ିଶା) ସହିତ ପାରାଦୀପରେ ଅବସ୍ଥିତ ବିଭିନ୍ନ ତଟ ରକ୍ଷକ ଅନୁଷ୍ଠାନ ଦ୍ଵାରା ୨ ଅଗଷ୍ଟରୁ ୧୫ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ , ମତ୍ସ୍ୟଜୀବୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କୁ ସମ୍ମିଳିତ କରାଯାଇଥିଲା।
“ହର ଘର ତ୍ରିରଙ୍ଗା ଅଭିଯାନ–୨୦୨୫”ର ଅଂଶ ଭାବେ, ସମୁଦ୍ରତଟ, ପ୍ରମୁଖ ସ୍ଥାନ, ନିବାସୀୟ ଭବନରେ ଜାତୀୟ ପତାକା ପ୍ରଦର୍ଶନ, କାର୍ଯ୍ୟାଳୟ ଓ ନିବାସୀୟ ଭବନର ଆଲୋକସଜ୍ଜା, ତ୍ରିରଙ୍ଗା ଯାତ୍ରା, ପଦଯାତ୍ରା, ସାଇକେଲ ରାଲି, ବାଇକ୍ ରାଲି ଏବଂ ସମୁଦ୍ରରେ ରହୁଥିବା ମତ୍ସ୍ୟଜୀବୀ ମାନଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା।
ଏହି ପଦକ୍ଷେପର ଉଦ୍ଦେଶ୍ୟ ସ୍ଥାନୀୟ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଦେଶଭକ୍ତିର ଭାବନା ସ୍ଥାପିତ କରିବା ଥିଲା। ପାରାଦୀପରେ ୨୫୦ ତଟ ରକ୍ଷକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇଥିଲେ।
paradeep ru prasant das nka report epa news