July 28, 2025
Home » ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

0
WhatsApp Image 2025-04-20 at 11.20.21 PM

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଆଭାଶି ମାଧ୍ୟମରେ ନବରଙ୍ଗପୁର ର ଭାମିନୀ ବିଦ୍ୟାଳୟ ଠାରେ ଏ ଥେଲେଟିକ କ୍ରୀଡା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ର ପ୍ରତ୍ୟେକ ସେଣ୍ଟର୍ କୁ ପ୍ରତିବର୍ଷ ସରକାର ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବେ ବୋଲି ଘୋଷଣା କରିଥିଲେ। ଉକ୍ତ ଅଭାସି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପଳ (ସାଧାରଣ)ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ)ବିଶ୍ୱଜିତ୍ ବର୍ମନ୍ (ରାଜସ୍ବ), ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଯଦୁମଣି ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ଭାମୀନି ବିଦ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀଙ୍କ କର୍ମଚାରୀ ନିରଞ୍ଜନ ନାୟକ ସହଯୋଗ କରିଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *