October 24, 2025
Home » ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ପ୍ରତିମୂର୍ତ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ପ୍ରତିମୂର୍ତ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ ।

0
WhatsApp Image 2024-12-25 at 7.38.56 PM (1)

କଟକ : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କାଠଯୋଡ଼ି ନିକଟ ବେଲ-ଭ୍ୟୁ ଛକ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ର ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରେଣ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତି ଅନାବରଣ କରି ସ୍ଵର୍ଗତ ବାଜପେୟୀ ଙ୍କ ର ବ୍ୟକ୍ତିତ୍ଵ ତାଙ୍କୁ ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ । ସମଗ୍ର ବିଶ୍ଵରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ପ୍ରେମ ଓ ବନ୍ଧୁତା ସ୍ଥାପନ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ତାଙ୍କ ଜୀବନର ଏକ ମାତ୍ର ଲକ୍ଷ୍ୟ ଥିଲା ବୋଲି ଆଲୋକପାତ ସେ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ସ୍ଵର୍ଗତ ବାଜପେୟୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ବିଚିତ୍ର କୂଟ ନୀତି ସମଗ୍ର ବିଶ୍ୱକୁ ଚକିତ କରିଥିଲା ବୋଲି ଉଲ୍ଲେଖ କରିବା ସହ କୌଣସି ରାଷ୍ଟ୍ର ସହିତ ବନ୍ଧୁତାର ହାତ ବଢ଼ାଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କର ନିରବଚ୍ଛିନ୍ନ ପ୍ରୟାସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାଧାରରେ ଜଣେ ରାଜନୀତିଜ୍ଞ, ବିଚକ୍ଷଣ କୂଟନୀତିଜ୍ଞ ଏବଂ ସାହିତ୍ୟିକ ଭାବରେ ବେଶ ପରିଚିତ ବୋଲି ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ବିବେଚିତ କରିଥିଲେ ।

ଆଜିର ଏହି ବର୍ଣ୍ଣାଢ୍ୟ ସମାରୋହରେ ମାନ୍ୟବର ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ସାଂସଦ,କଟକ ଲୋକସଭା ଶ୍ରୀ ଭତୃହରି ମହତାବ, ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀ ଦେବାଶିଷ ସମନ୍ତରାୟ, ମାନ୍ୟବର ବିଧାୟକ ସାଲେପୁର, ଶ୍ରୀ ପ୍ରଶାନ୍ତ କୁମାର ବେହେରା, ମାନ୍ୟବର ବିଧାୟକ, କଟକ-ଚୌଦ୍ଵାର, ଶ୍ରୀ ସୌଭିକ ବିଶ୍ଵାଳ, ମାନ୍ୟବର ବିଧାୟକ, ବାଙ୍କି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ମାନ୍ୟବର ବିଧାୟକ, କଟକ ସଦର ଇଂ. ପ୍ରକାଶ ସେଠୀ, ମାନ୍ୟବର ବିଧାୟକ, ମାହାଙ୍ଗା, ଶ୍ରୀ ସାରଦା ପ୍ରସାଦ ପ୍ରଧାନ, ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା, ମାନ୍ୟବର ବିଧାୟକ ନିଆଳି ଶ୍ରୀ ଛବି ମଲ୍ଲିକ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *