ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ ତମ ଆଞ୍ଚଳିକ ସମ୍ମିଳନୀ

!
ଛତ୍ରପୁର: (ମୁନା ବେହେରା) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ୧୯ ତମ ଆଞ୍ଚଳିକ ସମ୍ମିଳନୀ ଚମାଖଣ୍ଡି ପାର୍ଟି ଅଫିସ୍ ତରଫରୁ ସ୍ଥାନୀୟ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସି.ଏଚ. ସତ୍ୟନାରାୟଣ ରେଡ୍ଡୀ, ଏନ୍. ଭାନୁମତୀ ରେଡ୍ଡୀ, ଦୁର୍ଯ୍ୟୋଧନ ପ୍ରଧାନ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୧୯ ତମ ଆଞ୍ଚଳିକ ସମ୍ମିଳନୀରେ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ସାଥୀ ପ୍ରକାଶ ପାତ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଚମାଖଣ୍ଡି ଆଞ୍ଚଳିକ ସମ୍ପାଦକ ସି.ଏଚ. ଜନାର୍ଦ୍ଦନ ରେଡ୍ଡୀ ରାଜନୈତିକ ରିପୋର୍ଟ ଉପସ୍ଥାପନା କରିଥିଲେ ।
ସେହିପରି ଏନ୍. ଗିରି ପ୍ରସାଦ ରେଡ୍ଡୀ, ସାଂଗଠନିକ ରିପୋର୍ଟ ଉପସ୍ଥାପନା କରିଥିଲେ । ସାଥୀ ଜୟନ୍ତ ଦାସ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, କେଶବ ନାହକ, କେଶବ ବେହେରା, ଏନ୍. ଗଙ୍ଗାଧର ରେଡ୍ଡୀ, ଗୁରୁନାଥ ପ୍ରଧାନ, ମାଗୁଣି ବିଷୋୟୀ, ସରସ୍ବତୀ ପ୍ରଧାନ, ଡି.ଆଦିନାରାୟଣ ରେଡ୍ଡୀ, ପ୍ରମୁଖ ଯୋଗଦେଇ ଆଗମୀ ଦିନରେ ପାର୍ଟି କୁ ମଜବୁତ୍ କରିବା ଏବଂ କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ଠାରେ ଦେଶରେ ଚାଲୁଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର, ଚୋରୀ ,ଡକାୟତି, ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯିବା ନେଇ ଏବଂ ଦେଶରେ ଚାଲୁଥିବା ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଆଗମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ଆହ୍ବାନ ଦିଆଯାଇଛି । କମ୍ୟୁନିଷ୍ଟ ପାର୍ଟିର ବର୍ଷୀୟାନ ନେତା ସିମାଞ୍ଚଳ ସାହୁ ପ୍ରାରମ୍ଭରେ ପାର୍ଟି ର ପତାକା ଉତ୍ତୋଳନ କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )