ଭାରତୀୟ ଜନତା ପାର୍ଟି ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ.
ବ୍ରହ୍ମପୁର:ଭା ଜ ପା ର ୪୬ ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ସାଂସଦ ଓ ବିଧାୟକ ମାନେ ଗାନ୍ଧୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଦଳୀୟ ପତାକା ଉତ୍ତୋଳନ କରିବା ସହିତ ରାଷ୍ଟୀୟ ସଂଗୀତ ଗାନ କରି ଥିଲେ ,ଏହି ଅବସରରେ ଦଳ ର ବରିଷ୍ଠ ସଦସ୍ୟ ମାନେ ଦଳ ଆଭିମୁଖ୍ୟରେ ଉପସ୍ଥିତ ଥିବା କର୍ମକର୍ତ୍ତା ଙ୍କୁ ଅବଗତ କରାଇଥିଲେ,ଏହା ସହିତ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭା ଜ ପା ଦଳ ର ପୁରୁଖା ନେତା ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଦଳ ପାଇଁ କରିଥିବା ତ୍ୟାଗ ବିଷୟରେ ସୃତି ଚାରଣ କରିଥିଲେ,ମାନନୀୟ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କ ନିର୍ଦେଶ କ୍ରମେ ଏହି ଦଳୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ଶରତ ପଟ୍ଟନାୟକ,ଅଶୋକ ଶୁକ୍ଳ,ପ୍ରଦୀପ ନାୟକ,ବାଳକୃଷ୍ଣ ସାମନ୍ତରାୟ, ପାର୍ଥ ପାଢ଼ୀ, ଭଦ୍ରୀ ନାୟକ, କୋମଳକାନ୍ତ ମିଶ୍ର,ମନିତା ଦାସ,ପ୍ରକାଶ ନାଇଡ଼ୁ ପ୍ରତାପ ସେଠି,ଭିକି ଆଚାରୀ,ଜଗନ୍ନାଥ ଜେନା ସଞ୍ଜୟ ଜେନା,ଆନନ୍ଦ ମାହାଙ୍କୁଡ,ସୁନୀଲ ପଣ୍ଡା ଅରୁଣ ନାଇଡ଼ୁ,ଶିବା ଯାଦବ,ବରୁନ ନାଇଡ଼ୁ,ପଦ୍ମ ନାୟକ,ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ /ସଦସ୍ୟା କର୍ମକର୍ତ୍ତା ଉପସ୍ଥିତ ଥିଲେ,ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ପ୍ରତେକ ମଣ୍ଡଳ ରେ ଭା ଜ ପା ପ୍ରତିଷ୍ଠା ଦିବସ ମଣ୍ଡଳ ସଭାପତି ଙ୍କ ଉପସ୍ଥିତି ରେ ମଣ୍ଡଳ ସ୍ତରୀୟ ପାଳନ କରାଯାଇଥିଲା,
ପ୍ରତେକ ମଣ୍ଡଳ ରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଭା ଜ ପା ର ମୂଳ ଲକ୍ଷ୍ୟ ବିଷୟରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ.।
