ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳନ
ଭେଡେନ ବ୍କକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ବୋଲେରୋ ଷ୍ଟେସନ ର କାର୍ଯ୍ୟାଳୟ ରେ ୧୪୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏଠାରେ ଶ୍ରୀମାନ ପଣ୍ଡା ଙ୍କ ସଭାପତିତ୍ଵରେ ଏକ ସଭା କରାଯାଇଥିଲା । ସଭାକୁ ପ୍ରସାଦି କୁମାର ଦାସ ପରିଚIଳନା କରିଥିବା ବେଳେ,ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦଶରଥ ମେହେର, ସମ୍ମ।ନୀୟ ଅତିଥି ବରିଷ୍ଠ ନେତା ଶ୍ରୀଯୁକ୍ତ ଭବାନୀ ଶଙ୍କର ପାଢୀ, କିସାନ ସେଲ ସଭାପତି ମାଧବ ସାହୁ, ଅତିଥି ରସିକ ସାହୁ, ଡୋଲାମଣି ମହାକୁର ଯୋଗଦାନ କରିଥିଲେ । ବ୍ଳକ ସଭାପତି ପଣ୍ଡା ପ୍ରତିଷ୍ଠା ଦିବସ ବାବଦରେ କଂଗ୍ରେସ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ସଭାପତି ଗଣେଶ ପଧାନ,ଜାପାନୀ ସାହୁ, ଅରକ୍ଷିତ ବାଗ, ବାଏଗନୁ ଛାନ୍ଦ, ଅନୁ କୁମ୍ଭାର, ଗୋବିନ୍ଦ ସାହୁ, ଦିଲ୍ଲିପ ଦାସ,ଚିନ୍ତାମଣି ମେହେର, କ୍ଷୀରସିନ୍ଦୁ ଡାଙ୍ଗ, ଗୋପାଳ ବାଗ, ଟଙ୍କଧର ଡାଙ୍ଗ, ପଞ୍ଚା ଉଏନା, ବଳରାମ ଭୁଏ, ସଞ୍ଚୟ ନନ୍ଦ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
