ଭାରତୀୟ ଟିମ ସହିତ ଜର୍ମାନୀ ମାଟିରେ ପାଦ ଥାପିଲେ ସୁବର୍ଣ୍ଣପୁର ମାଟିର ସୁନା ପୁଅ ଏହେସାସ ହୋତା

ସୁବର୍ଣ୍ଣପୁର—ଭାରତୀୟ ଟିମ ସହ ଜର୍ମାନୀ ମାଟିରେ ପାଦ ଥାପିଲେ ସୁବର୍ଣ୍ଣପୁର ମାଟିର ସୁନା ପୁଅ ଏହେସାସ ହୋତା । ଏଥର ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଜାର୍ମାନୀରେ ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ କ୍ରୀଡା ପାଇଁ ଭାରତୀୟ ଟିମର ଖେଳାଳୀ ଜର୍ମାନ ଗସ୍ତ କରିସାରିଛନ୍ତି । ତେବେ ଭାରତୀୟ ତାଇକଣ୍ଡୋ ଟିମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ତଥା ପଶ୍ଚିମ ଓଡିଶାରୁ ଏକମାତ୍ର ଖେଳାଳୀ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାଟିର ସୁନା ପୁଅ ଏହେସାସ ହୋତା ଜର୍ମାନ ପହଞ୍ଚି ସାରିଛନ୍ତି । ଅଲିମ୍ପିକ ଗେମ ସହିତ ସମକକ୍ଷ ରହିଥିବା ଏହି ପ୍ରତିଯୋଗିତା ବହୁତ ଟପ୍ ହୋଇଥିବାବେଳେ ଏହେସାସ ଏହି ପ୍ରତିଯୋଗିତା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି । ଜର୍ମାନ ଗସ୍ତ ପୂର୍ବରୁ ଅମୃତସରଠାରେ ଭାରତୀୟ ତାଇକଣ୍ଡୋ ଖେଳାଳୀମାନଙ୍କୁ ଦିର୍ଘ ଏକମାସ ଧରି ଉନ୍ନତ ମାନର ତାଲିମ ପ୍ରଦାନ କରାଯାଇଥିଲା । ପୂର୍ବରୁ ଅନେକ ଥର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରି ସେ ସଫଳତା ପାଇଥିଲେ ହେଁ ଅଲିମ୍ପିକ ସହ ସମକ୍ଷକ ଥିବା ଏଭଳି ଏକ ପ୍ରତିଯୋଗିତାରେ ଭାଗନେବା ପାଇଁ ସେ ଦିର୍ଘ ୧୭ ବର୍ଷହେଲା ପ୍ରଚେଷ୍ଟା ଜାରି ରଖିଥିଲେ । ଏଣୁ ଏଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିବା ସହ ଏ ମାଟିପାଇଁ କିପରି ଗୌରବ ସାଉଁଟିବେ ତାହା ତାଙ୍କର ପ୍ରାଥମିକତା ରହିବବୋଲି ଏହେସାସ ପ୍ରକାଶ କରିଛନ୍ତି । ଏହେସାସଙ୍କ ସଫଳତା ପାଇଁ ଏବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ବିଦୁଭୂଷଣ ମିଶ୍ର, ରେଜିଷ୍ଟାର ନୃପରାଜ ସାହୁ ସ୍ପୋର୍ଟ୍ସ ଡାଇରେକ୍ଟର ଅଭିନାଶ କର,ସ୍ପୋର୍ଟ୍ସ କାଉନସିଲ ସେକ୍ରେଟାରୀ ଡ. ଦେବେନ୍ଦ୍ର ମହାଲିକ,ସିଡିସି ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶ,କୋଚ ରାମ କୁମାର ସାହୁ,ବରଗଡ ଇମ୍ପାରିଆଲ କଲେଜର ମେନେଜିଙ୍ଗ ଡାଇରେକ୍ଟର ଦୀପକ ଗୋଏଲ,ଅଧ୍ୟକ୍ଷ ଦୁର୍ଗେଶ ଶତପଥି,ରାଜ୍ୟ ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜ,ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଂଜନ ମିଶ୍ର,ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶ ଦାତା ଶେଷଦେବ ବାରିକ ପ୍ରମୁଖ ସଫଳତା କାମନା କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..