December 22, 2024
Home » ଭାରତୀୟ ମଜଦୁର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

ଭାରତୀୟ ମଜଦୁର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

0

 

ଭାରତୀୟ ମଜଦୁର ସଂଘ ସାରା ଦେଶରେ ଆଜି ୭୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶର ସବୁଠାରୁ ବଡ ଟ୍ରେଡ ୟୁନିୟନ ଯାହା କି ରାଷ୍ଟ୍ରିୟ ସ୍ୱୟ°ସେବକ ସଂଗଠନର ଅନୁପ୍ରାଣିତ ଟ୍ରେଡ ୟୁନିୟନ ଅଟେ । ଦେଶରେ ବର୍ତମାନ ପର୍ଯ୍ୟନ୍ତ ୬୨ଲକ୍ଷରୁ ଉର୍ଦ୍ଧ୍ୱରେ ବିଏମଏସର ସଦସ୍ୟତାର ସ°ଖ୍ୟା ଛୁଇଲାଣି ।
ଏହି ଅବସରରେ ଆଜି ୨୩ ତାରିଖ ମଙ୍ଗଳବାର ଦିନ ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ ବିଏମଏସର ରାଜ୍ୟ ଉପସଭାପତି ଜଗେସ ଦାସଙ୍କ ନେତୃତ୍ୱରେ ରାୟଗଡ଼ ଜିଲ୍ଲା ବିଏମଏସ ପକ୍ଷରୁ କୃଷ୍ଣ ଚନ୍ଦ୍ର ନଗର ଭବନ ( ଟାଉନ ହଲ୍ ) ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ତଥା ସକ୍ଷମର ସଭାପତି ବାଦଲ ତା,ଆରଏସଏସ ରାୟଗଡ଼ ଓ ନୁଆପଡ ଜିଲ୍ଲାର ପ୍ରଚାରକ ଶଙ୍କର ପ୍ରଧାନ,ମୋହନ ମାଝି ଜିଲ୍ଲା ସଭାପତି,ଗଣେଶ କୁମାର ସାହୁ ଜିଲ୍ଲା ସମ୍ପାଦକ ମଞ୍ଚାସିନ ରହିଥିଲେ ।

 

ସଭାକୁ ଜିଲ୍ଲା ସଭାପତି ଶ୍ରୀ ମୋହନ ରାଓ ମାଜି ଅଧ୍ୟକ୍ଷତା କରିଥିଲେ। ମଞ୍ଚାସିନ ସମସ୍ତ ଅତିଥିଙ୍କ ଦ୍ୱାରା ଭାରତ ମାତା, ଭଗବାନ ବିଶ୍ୱକର୍ମା ଏବଂ ବିଏମ୍ଏସର ପ୍ରତିଷ୍ଠାତା ସ୍ୱର୍ଗତ ଦତ୍ତୋପାଣ୍ଟ ଥାଙ୍ଗଡିଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ରାଜ୍ୟ ଉପସଭାପତି କହିଥିଲେ ଯେ ବିଏମ୍ଏସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଏକମାତ୍ର ଅଣ-ରାଜନୈତିକ ଶ୍ରମିକ ସଂଗଠନ ଯାହା ଉତ୍ପାଦନ, ନିର୍ମାଣ, ଉତ୍ପାଦନ, କୃଷି ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ନିୟୋଜିତ ଉଭୟ ସଂଗଠିତ ତଥା ସଂଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ ଜାତୀୟ ସାମ୍ମୁଖ୍ୟରେ କାର୍ଯ୍ୟ କରିଆସୁଛି । ମୁଖ୍ୟ ଅତିଥି ଶ୍ରୀ ତା କହିଥିଲେ ଯେ ପୁଞ୍ଜିବାଦ ଏବଂ ସାମ୍ପ୍ରଦାୟିକତାର ଇତିହାସ ଏବଂ ସେହି ଯୁଗରେ ନିଯୁକ୍ତିଦାତା-କର୍ମଚାରୀଙ୍କ ଭୂମିକା ନେଇ ଉପସ୍ଥାପନ କରିଥିଲେ ।
ଆଜିର କାର୍ୟକ୍ରମରେ ବିଏମଏସର ସଦସ୍ୟ,ବିଏମଏସ ନେତୃତ୍ୱରେ ଜିଲ୍ଲାର ଅଲ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମଚାରି ସଂଗଠନ, ଆଶା କର୍ମୀ ସଂଗଠନ, ଜେ.କେ ପେପର ମିଲ୍ସ ୱାର୍କର୍ସ ୟୁନିଅନ,ପାଚିକା ୟୁନିଅନ୍,,ରାୟାଗଡା ଜିଲ୍ଲା ସଫେଇ ମଜଦୁର ୟୁନିଅନ ଇତ୍ୟାଦି ଅ°ଶଗ୍ରହଣ କରିଥିଲେ ।
ଅରୁଣ ଲେଙ୍କା ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ। ପରିଶେଷରେ ଶ୍ରୀ ଗଣେଶ କୁମାର ସାହୁଙ୍କ ଧନ୍ୟବାଦ ଅର୍ପଣ ସହ ବୈଠକ ଶେଷ ହୋଇଥିଲା ।
ରିପୋର୍ଟ: ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed