ଭାରତ୍ତୋଳନ ଖେଳାଳି ହର୍ଷବର୍ଦ୍ଧନ ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର ସହରର ଆଉ ଜଣେ ଓଡ଼ିଆ ପୁଅ ଆଜି ଭାରତ ବର୍ଷରେ ନିଜକୁ ପରିଚିତ କରିବା ସହ ନିଜ ମାଟିକୁ ଗୌରବାନ୍ୱିତ କରିଛି । ଏହି ଗୌରବ ପାଇଁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଗର୍ବିତ ଅନୁଭବ କରି ଶୁଭେଚ୍ଛା ଜଣାଇଥିବା ସହ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ମଧ୍ୟ ଏନେଇ ଏକ ସ୍ଵତନ୍ତ୍ର ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଏକ ସହର ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପ୍ରକାଶ ଥାଉ କି, ହିମାଚଳ ପ୍ରଦେଶ ଠାରେ ଆୟୋଜିତ ଭାରତ୍ତୋଳନ ପ୍ରୋତିଯୋଗିତାରେ ବ୍ରହ୍ମପୁର ସହରର ଉଦୀୟମାନ ଭାରତ୍ତୋଳନ ଖେଳାଳି ହର୍ଷବର୍ଦ୍ଧନ ସାହୁ ଖେଳ ଇଣ୍ଡିଆରେ ବିଜେତା ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତର ଯୁବ ଖେଳାଳି ଶ୍ରୀ ସାହୁ ନୂତନ ଭାବେ କମ୍ ବର୍ଷ ବୟସରେ ମଧ୍ୟ ଏହି ରେକଡ୍ ସୃଷ୍ଟି କରିଥିବା ନେଇ ଗତ ରବିବାର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ର ମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ମନ୍ କି ବାତ କାର୍ଯ୍ୟକ୍ରମରେ ହର୍ଷବର୍ଦ୍ଧନଙ୍କ ନାମ ନେଇ ଭାରତର ଯୁବ ବର୍ଗଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା କହିଥିଲେ।
ସେନେଇ ହର୍ଷବର୍ଦ୍ଧନ ବ୍ରହ୍ମପୁର ଠାରେ ପହଞ୍ଚିବା ପରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ସହ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ବାହାରି ସହର ପରିକ୍ରମା କରି ଆସ୍କା ରୋଡ଼ ପରିବା ମାର୍କେଟ ଠାରେ ଥିବା ଶଙ୍କର ବ୍ୟାୟାମ କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ବିଧାୟକ କେ ଅନିଲ କୁମାର, ଜିଲ୍ଲା ସଭାପତି ସରୋଜ ସାବତ, ବିଧାୟକଙ୍କ ପ୍ରତିନିଧି ଅଶୋକ ଶୁକ୍ଳ, ପ୍ରଦୀପ ନାୟକ, ବନମାଳୀ ସେଠିଙ୍କ ସମେତ ବ୍ରହ୍ମପୁରର ବହୁ ଜନ ସାଧାରଣ ଓ ଭାରତୀୟ ଜନତା ପାର୍ଟିର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ସେହିପରି ଶଙ୍କର ବ୍ୟାୟାମ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ସଙ୍କଳେଶ୍ୱର ଶିବ ମନ୍ଦିର ଠାରେ ଏକ ଧନ୍ୟବାଦ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ରୂପେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ, ସ୍ଥାନୀୟ କର୍ପୋରେଟର ସବିତା ସାହୁ, ଶ୍ରୀ ଶଙ୍କର ଫିଯିକାଲ କଲକ୍ୟୁରାଲ କ୍ଳବ୍ ସଭାପତି ଗୋପାଳ କୃଷ୍ଣ ପାତ୍ର, ଉପ ସଭାପତି ସିମାଞ୍ଚଳ ପାତ୍ର, କୋଚ୍ ଉଦୟନାଥ ସେଠୀ, ସଦସ୍ୟ ସନ୍ତୋଷ ପାତ୍ର, ସୋମନାଥ ପାଣିଗ୍ରାହୀ, ମଦନ ସାହୁ, କୁରା ମହାପାତ୍ର, ତ୍ରିପତୀ ବେହେରା , ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହି ହର୍ଷବର୍ଦ୍ଧନଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ପିତାମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ କ୍ଳବ୍ ପକ୍ଷରୁ ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରହ୍ମପୁର ବିଧାୟକଙ୍କ ସମେତ ସମସ୍ତ ଜନ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସାଧୁବାଦ ଜଣାଇଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )