April 24, 2025
Home » ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ

ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ

0

ସୁବର୍ଣ୍ଣପୁର: ଅଲ୍ ଇଣ୍ଡିଆ ଲାଲ ମନି କ୍ରିକେଟ ଆୟୋଜକ କମିଟି ର ସଦସ୍ୟ , ସ୍ପିନ ବୋଲର୍ ତଥା ପିଚ୍ କ୍ୱିରେଟର ଭାବରେ ନିଜ ଦାୟିତ୍ୱ ତୁଲାଇଥିବା ସୁନା ମାଟି ର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ପାତ୍ର (ଲୁଲୁ ) ଆଜି କଟକ ରେ ଅନୁଷ୍ଟିତ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ମ୍ୟାଚ ର ପିଚ୍ ଅନୁଧ୍ୟାନ ଟିମ୍ ରେ ସାମିଲ୍ ହୋଇ ଗୁରୁ ଦାୟିତ୍ଵ ନେଇଥିବାରୁ ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ରେ ଖେଳ ପ୍ରେମୀ, କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଉତ୍ସାହ ଦେଖିବା କୁ ମିଳିଛି l

ଜିଲ୍ଲା କ୍ରିକେଟ ସଂଘ, ସାମ୍ୱାଦିକ ସଂଘ, ବରିଷ୍ଠ ନାଗରିକ ସଂଘ, ବୁଢୀମା ୟୁଥ୍ କ୍ଳବ୍, ରାମ ଧୂନ୍ କ୍ଳବ୍ ଓ ସହର ର ବିଭିନ୍ନ କ୍ରୀଡ଼ା ସଂଗଠନ ଓ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଶ୍ରୀ ପାତ୍ର ଙ୍କୁ ଶୁଭେଛା ଜଣାଇ ସଫଳତା କାମନା କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *