ଭିଜିଲାନ୍ସ ଅଫିସର କହି ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ, ଶଳା-ଭିଣୋଇ ଗିରଫ
ସୁବର୍ଣ୍ଣପୁର–ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ହୋଇଥିବା ଅଭିଯୋଗ ହସ୍ତଗତ ହୋଇଛି l ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ ହୋଇଛନ୍ତି l ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି lଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମେଣ୍ଢାମାଳର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡା । ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେମାନେ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ l

ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଙ୍କ ମୋବାଇଲ ନମ୍ବର ଟ୍ରୁ କଲର ରେ ଭିଜିଲାନ୍ସ ଅଧିକାରୀ ନାମ ଆସୁଥିବାରୁ ଏଥିରେ ସମ୍ପୃକ୍ତ ଓ ଏ ଏସ ଅଧିକାରୀ ଡରିଯାଇଥିଲେ l ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
