December 20, 2025
Home » ଭିନ୍ନକ୍ଷମ ଶିଶୁ ଙ୍କ କସ୍ତୁରୀ କାର୍ଯ୍ୟକ୍ରମ ଉଦଘାଟିତ

ଭିନ୍ନକ୍ଷମ ଶିଶୁ ଙ୍କ କସ୍ତୁରୀ କାର୍ଯ୍ୟକ୍ରମ ଉଦଘାଟିତ

0
WhatsApp Image 2025-12-20 at 2.07.37 PM

ସୁବର୍ଣ୍ଣପୁର ଜିଲ୍ଲା ଧୁବାମୁଣ୍ଡା ରେଆର କାର୍ଯ୍ୟାଳୟ ଠାରେ ରେଆର ସୋନପୁର ତଥା ଜିଲ୍ଲା ଭିନ୍ନକ୍ଷମ ଅବିଭାବକ ସଂଘ ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ସୃଜନାତ୍ମକ ଉତ୍ସବ କସ୍ତୁରୀ ଉଦଘାଟିତ ହୋଇଯାଇଛି l ପ୍ରାରମ୍ଭ ରେ ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା କସ୍ତୁରୀ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ l ବିଗତ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେଉଥିବା ପ୍ରକାଶ କରିଥିଲେ l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ଙ୍କ ଭିନ୍ନ ଏକ ପ୍ରତିଭା ରହିଛି ବୋଲି ପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ତାଙ୍କର ସୃଜନୀ ଶକ୍ତି ର ବିକାଶ ହେଉଥିବା ପ୍ରକାଶ କରିଥିଲେ l ସମ୍ମାନିତ ଅତିଥିଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଶ୍ରୀଯୁକ୍ତ ଦେବାଶିଷ ଦାସ ଯୋଗ ଦେଇ ଭିନ୍ନକ୍ଷମ ଅଧିକାର କେମିତି କ୍ଷୁର୍ଣ୍ଣ ନ ହେବ ସେ ବିଷୟରେ ଆଇନ ସେବା ପ୍ରାଧିକରଣ ସଜାଗ ରହିଥିବା ପାଇଁ କହିଥିଲେ l ଅନ୍ୟତମ ଅତିଥିଭାବେ ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସୁଯୋଗ ଦେଲେ ଭିନ୍ନକ୍ଷମ ଭାଇ, ଭଉଣୀ ମାନେ ଅନେକ ସଫଳତା ପାଇପାରିବେ ବୋଲି ପ୍ରକାଶ କରିଥିଲେ l ଅନ୍ୟତମ ଅତିଥିଭାବେ ହିମାଂଶୁ ଶେଖର ପଣ୍ଡା ଉପ ନିର୍ଦ୍ଦେଶକ, ପ୍ରସିକୁଶନ, ସୁବର୍ଣ୍ଣପୁର ଯୋଗ ଦେଇ ଭିନ୍ନକ୍ଷମ ମାନେ ଆମକୁ ବିଭିନ୍ନ କ୍ଷେତ୍ର ରେ ଗୌରବାନ୍ୱିତ କରୁଥିବା ପ୍ରକାଶ କରିଥିଲେ l ରେଆର ଉପ ସଭାପତି ପଦ୍ମିନୀ ବକ୍ସ଼ୀ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ l ଶେଷରେ ମନୋଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପରେ ଭିନ୍ନକ୍ଷମ ଅଧିକାର ଅଧିନିୟମ 2016 ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଏହାକୁ ତରଭା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ପରିଚାଳନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *