August 27, 2025
Home » ଭୀମଟାଙ୍ଗିପାର୍କରେ ସ୍ଵାଧୀନତା ଦିବସ ପାଳିତ

ଭୀମଟାଙ୍ଗିପାର୍କରେ ସ୍ଵାଧୀନତା ଦିବସ ପାଳିତ

0
WhatsApp Image 2025-08-15 at 3.32.46 PM (1)

ଶୁକ୍ରବାର ସକାଳ ୭ଟା ୩୦ ସମୟରେ ଭୀମେଶ୍ୱର ମନ୍ଦିରପାର୍କ ଭ୍ରମଣକାରୀସଂଘ ତରଫରୁ ଦେଶର ୭୯ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ପାର୍କ ପରିସର ମଧ୍ୟରେ ପାଳନ କରାଯାଇଥିଲା।ଏଥିରେ ସଂଘର ଉପସଭାପତି ମଦନ ମୋହନ ଦାଶ ପତାକା ଉତ୍ତୋଳନକରି ଉପସ୍ଥିତ ଜନତାଙ୍କୁ ଭାଷଣ ପ୍ରସଙ୍ଗରେ ସ୍ଵାଧୀନତା ଦିବସ ସଂପର୍କରେ ବୁଝାଇଥିଲେ। ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ ଓ ବିଶିଷ୍ଟ ଜନନେତା ବଂଶୀଧର ପଣ୍ଡା ସ୍ୱାଧୀନତା ଦିବସର ମହତ୍ଵ ଏବଂଏହା ସଂଗ୍ରାମୀମାନଙ୍କ ବଳିଦାନଦ୍ଵାରା ସମ୍ଭବ ହୋଇଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ପତାକା ଉତ୍ତୋଳନ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଉପସ୍ଥିତ ସଭ୍ୟ ଓ ସଭ୍ୟା ମାନଙ୍କ ମଧ୍ଯରେ ବିଶିଷ୍ଟ ସମାଜସେବୀ ନିରଂଜନ ମିଶ୍ର, ବସନ୍ତ କୁମାର ନାୟକ, ରୋଟାରୀଆନ ସୁଧାଂଶୁ ଶେଖର ହରିଚ଼ନ୍ଦନ, ବିଶ୍ଵନାଥ ବେହେରା, ହୃଦାନନ୍ଦ ଦାସ, ବିଷ୍ଣୁଚ଼ରଣ ପ୍ରଧାନ, ଲୋକନାଥ ମିଶ୍ର, କଳ୍ପତରୁ ସାମନ୍ତରାୟ, ଶିଶିର ପାତ୍ର, ସିତାଂଶୁ ଶେଖର ବାବୁ,ସୁବାସ ରାଉତ, ସନ୍ତୋଷକୁମାର ପଣ୍ଡା,ମହାଦେବ ଗରାବଡୁ, ଶ୍ରୀକାନ୍ତ ମହାନ୍ତି, ବନ ବିହାରୀ ରଥ, ଜଳଧର ଧଳ,ଉପେନ୍ଦ୍ର ବେହେରା, ଶିବପ୍ରସାଦ ନାୟକ, ନିରଞ୍ଜନ ବେହେରା, ପ୍ରଫୁଲ୍ଲ କୁମାର ସାହୁ, ଗୌରହରି ପଣ୍ଡା, ପ୍ରଶାନ୍ତ ମୁଦୁଲି, ହୃଷିକେଶ ଶତପଥି, ନିରାକାର ଜେନା,ଅଜୟ ସାହୁ, ଉଷାରାଣୀ ମହାନ୍ତି, ସୁନୀତା ପଟ୍ଟନାୟକ, ନିବେଦୀତା ଜେନା, ମା ମା ସାହୁ, କଳ୍ପନା ପଟ୍ଟନାୟକ, ପଙ୍କଜିନି ପାତ୍ର, ରୀନା ପାଢୀ, ନମିତା ରାଜଗୁରୁ, ସଂଯୁକ୍ତା ଗୁରୁ, ବିଦ୍ୟୁଲତା ପାଣି, ରଂଜୁଲତା ସାହୁ, ମଞ୍ଜୁଶ୍ରୀ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଘର ଅନ୍ୟ ତମ ବିଶିଷ୍ଟବ୍ୟକ୍ତି ଶଙ୍କର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ସଭାସାଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *