October 23, 2025
Home » ଭୀମଟାଙ୍ଗୀରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଭୀମଟାଙ୍ଗୀରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

0
WhatsApp Image 2025-10-02 at 4.06.55 PM

 

ଭୁବନେଶ୍ୱର:; ଭୀମଟାଙ୍ଗୀ ସ୍ଥିତ ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ, ଡେ-କେୟାର ସେଣ୍ଟର ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଗଣେଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ର ରେ ଓଡ଼ିଶାର ସ୍ୱନାମଧନ୍ୟା ସମାଜସେବୀ ଏବଂ କବି ଶ୍ରୀମତୀ ମିନତୀ ଷଡ଼ଙ୍ଗୀ, ମୂଖ୍ୟବକ୍ତା, ଅମର ସାଥୀ ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିରଞ୍ଜନ ଜୋଗାଣିଆ, ବିଶିଷ୍ଟ ବକ୍ତା, ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଶିବ ନାରାୟଣ ରାୟ ଓ ପୁନେର ଉତ୍କଳ ସମାଜ ଏବଂ ଓଡ଼ିଶା ସାଂସ୍କୃତିକ ସଂସଦର ଉପଦେଷ୍ଟା ଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମାଜ ଓ ରାଷ୍ଟ୍ର ଗଠନରେ ଅବଦାନ ବିଷୟରେ ବିଶେଷଭାବେ ଆଲୋକପାତ କରିଥିଲେ।

ବର୍ତ୍ତମାନ ସମୟରେ ସେମାନେ ଙ୍କର ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗ, ସମୟୋପଯୋଗୀ ଖାଦ୍ୟ ଓ ଦିନଚର୍ଯା କରିବା ପାଇଁ ମତଦାନ କରିଥିଲେ। ସମ୍ପାଦକ କାମଦେବ ରଣସିଂହ ବରିଷ୍ଠ ନାଗରିକ ଦିବସ ଉପରେ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର କୃଷ୍ଣ ଚନ୍ଦ୍ର ବଡୁ ଓ କାଶୀନାଥ ସାହୁ, ସହଯୋଗର ସଭାପତି ବାଇଧର ପାତ୍ର ଓ ମଞ୍ଚର ଅଡିଟର ଧୃବ ଚରଣ ପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭୀମେଶ୍ୱର ମନ୍ଦିର ସମିତିର ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶ୍ରୀ ବସନ୍ତ କୁମାର ନାୟକ, ମାନସ ରଞ୍ଜନ ପଟ୍ଟନାୟକ, ଶଙ୍କର ମହାପାତ୍ର, ବିଷ୍ଣୁ ଚରଣ ପ୍ରଧାନ, ସୁବାସ ଚନ୍ଦ୍ର ପାଢ଼ୀ, ଓଗେର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଓମ୍ ନମଃ ଶିବାୟ ତିନି ଥର ଉଚ୍ଚାରଣ କଲାପରେ, ସଭାପତି ଆଲୋଚନାଚକ୍ର ଶେଷ ହେବା ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *