ଭୁବନେଶ୍ୱରରେ ନୂତନ ବରିଷ୍ଠ ନାଗରିକ ସଦନ

ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏକ ଅତ୍ୟାଧୁନିକ ବରିଷ୍ଠ ନାଗରିକ ଭବନ ଉଦ୍ଘାଟିତ ହୋଇଯାଇଛି । ସେବା, ସମ୍ମାନ ଓ ପ୍ରେମର ଵଣ୍ଟନ ଭଳି ମହତ ଆଭିମୁଖ୍ୟ ନେଇ ଗଢି ଉଠିଥିବା ଏଇ ଅନୁଷ୍ଠାନ ‘ଆଶାବରୀ’ , ବରିଷ୍ଠ ନାଗରିକମାନଙ୍କର ଜୀବନକୁ ହସ ଓ ଖୁସି ରେ ପରିପୂର୍ଣ୍ଣ କରିବା ସହିତ ସେମାନଙ୍କ ଜୀଵନକୁ ନୂତନ ଦିଗଦର୍ଶନ ଦେଵାପାଇଁ ସଙ୍କଳ୍ପବଦ୍ଧ ।ନିଜ ଘରଠାରୁ ଦୂରରେ ଥାଇ ମଧ୍ୟ ଏଠାରେ ରହୁଥିବା ଵରିଷ୍ଠ ନାଗରିକମାନେ ଘରର ସମସ୍ତ ଆବଶ୍ୟକତା ଉଲଲବ୍ଧ କରିବା ସଙ୍ଗେସଙ୍ଗେ ଘରର ପରିଵେଶ ଓ ଆପଣାପଣର ମଧୁର ମହକ ମଧ୍ୟ ପାଇ ପାରିବେ ।ସ୍ବଚ୍ଛ ଓ ସୁସ୍ଥ ପରିଵେଶ ଭରା ନିଜ ପାଇଁ ଏକ ପ୍ରକୋଷ୍ଠ (ଜଣକ ପାଇଁ କିମ୍ବା ଦୁଇଜଣଙ୍କ ପାଇଁ )ସହିତ ସେମାନେ ନିଜକୁ ସାମାଜିକ , ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାରେ ଭିଜାଇ ଏକ ନୂତନ ଜୀବନ ଦିଗରେ କିପରି ପାଦ ବଢାଇବେ ସେ ଦିଗରେ ସମସ୍ତ ବ୍ୟବସ୍ଥା କରାଯାଇଛି।
‘ଆଶାବରୀ’ ଵରିଷ୍ଠ ନାଗରିକ ସଦନ ଆପଣଙ୍କୁ ଉପଯୁକ୍ତ ପରିଵେଶ ସହିତ ସମଭାବାପନ୍ନ ବନ୍ଧୁ ପରିଜନ , ସୁଷମ ଖାଦ୍ୟ , ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଇତ୍ୟାଦି ଯୋଗାଇ ଦେଵ ଯାହା ଫଳରେ ଆପଣ ଏକ ଜଂଜାଳମୁକ୍ତ ଓ ସାମାଜିକ ଵନ୍ଧନମୁକ୍ତ ଜୀବନ ପାଇବା ପାଇଁ ସକ୍ଷମ ହେଵେ । ଏଥିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ଦେୟ ଅଗ୍ରିମ ଦେବାପାଇଁ ପଡ଼ିବ । ‘ଆଶାବରୀ’ର ସମସ୍ତ ଅନ୍ତେବାସୀଙ୍କ ପାଇଁ ଦୀର୍ଘ ତଥା ସ୍ବଳ୍ପକାଳୀନ ରହଣିର ଵ୍ଯଵସ୍ଥା ଅଛି । ଏତଦ୍ ଵ୍ୟତୀତ ଦୈନିକ ଡାକ୍ତରୀ ପରାମର୍ଶ ର ସୁବିଧା ସହିତ ନର୍ସିଂ ସୁଵିଧା , ଆମ୍ଵୁଲାନ୍ସ ସେଵା ଓ ଡାକ୍ତରଖାନାମାନଙ୍କ ସହ ସଂଯୋଗର ଵ୍ୟଵସ୍ଥା ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏହା ଏକ ନିର୍ଭରଯୋଗ୍ୟ ସ୍ଥାନ ଭାବରେ ପରିଗଣିତ ହେବା ସହିତ ସେମାନଙ୍କ ମାନସିକ , ସାମାଜିକ , ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆବଶ୍ୟକତାକୁ ପୂରଣ କରି ପାରିବ । ନିଜର ଅବଶିଷ୍ଟ ଜୀବନ ଏଭଳି ଏକ ପରିବେଶରେ ଯେଉଁମାନେ ବିତାଇବା ପାଇଁ ଇଚ୍ଛୁକ, ସେମାନେ ସଂସ୍ଥାର ମାନେଜିଂ ଟ୍ରଷ୍ଟି ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ନିମ୍ନ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ।