February 5, 2026
Home » ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଉପବାସ ଓ ସାଙ୍କେତିକ ପ୍ରତିବାଦ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଉପବାସ ଓ ସାଙ୍କେତିକ ପ୍ରତିବାଦ

0
WhatsApp Image 2026-01-11 at 2.42.42 PM

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ନରେଗା ଯୋଜନା ନାମ ଓ ନୀୟମ ପରିବର୍ତ୍ତନ ବିରୋଧରେ ଏକ୍ସଆଇଏମବି ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କର ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ଉପବାସ ଓ ସାଙ୍କେତିକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମକୁ ପରିବର୍ତ୍ତନ କରି ଜିରାମଜି ନାମକରଣ କରିବା ପ୍ରତ୍ୟେକ ଦେଶବାସୀଙ୍କ ମହାତ୍ମା ଗାନ୍ଧୀଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା ପ୍ରତି କୁଠାରଘାତ ।


ମନରେଗା ଯୋଜନା କେବଳ ଏକ ଯୋଜନା ନୁହେଁ ଏହା ନିଶ୍ଚିତ ଶ୍ରମ ଅଧିକାରର ଏକ ବିଚାର । ନୂତନ ଯୋଜନାରେ ଶ୍ରମିକଙ୍କ ଅଧିକାରକୁ ହନନ କରିବା ସହ ଅନୁଦାନ ରାଶି ରାଜ୍ୟ ଉପରେ କେନ୍ଦ୍ର ସରକାର ଲଦି ଦେଇଛନ୍ତି । ମନରେଗା କୋଟି କୋଟି ଗରିବ, ଅସହାୟ ଓ ଶ୍ରମିକଙ୍କ ପାଇଁ ବରଦାନ ଥିଲା ।


ନିଶ୍ଚିତ ଶ୍ରମ ଅଧିକାର ଆଇନର ସୁରକ୍ଷା ପାଇଁ କଂଗ୍ରେସ ଦଳ ଦେଶବ୍ୟାପି ଅହିଂସା ଉପାୟରେ ଅଭିଯାନ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସୁନିତା ବିଶ୍ୱାଳ, ପ୍ରଶାନ୍ତ ଚମ୍ପତ୍ତି, ଆଲୋକ ମହାନ୍ତି, ତରୁଣ ମିଶ୍ର, ପ୍ରଶାନ୍ତ ଶତପଥି, ଶ୍ରୀୟା ପଣ୍ଡା, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ପ୍ରାଚୀ ରାଉତରାୟ, ସ୍ୱସ୍ତିକ ମହାନ୍ତି, ଦେବାଶିଷ ରାଉତ, ଶୁଭମ ରାଜ ଅଭିରାମ, ଦେବରାଜ ମିଶ୍ର, ସୂର୍ଯ୍ୟକାନ୍ତ ଜେନା, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ରାଉତରାୟ, ଦେବାଶିଷ ମିଶ୍ର, ଖଗେଶ୍ୱର ମଲ୍ଲିକ, ମଂଟୁ ମଲ୍ଲିକ, ଆତ୍ମାରାମ ପତି, ତକ୍ୱିନ ଅହମଦ, ଗୋପାଳ ଖଣ୍ଡେଲୱାଲ ପ୍ରମୁଖ ଶତାଧିକ କଂଗ୍ରେସ କର୍ମକର୍ତ୍ତା ସାମିଲଥିଲେ ।

Leave a Reply

Your email address will not be published. Required fields are marked *