May 9, 2025
Home » ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ଭୂକମ୍ପ ଝଟକା

ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ଭୂକମ୍ପ ଝଟକା

0
WhatsApp Image 2025-02-25 at 9.00.07 AM

ଭୁବନେଶ୍ୱର: ଓଡ଼ିଶାରେ ଭୂକମ୍ପ ଝଟକା। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍‌କା ଅନୁଭୁତ ହୋଇଛି। ପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପ ହୋଇଛି। ଉପକୂଳ ଓଡ଼ିଶା ସମେତ କୋଲକାତାରେ ପ୍ରଭାବ ଅନୁଭୂତ ହୋଇଛି। ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଯାଏଁ ପ୍ରଭାବ ଅନୁଭୂତ ହୋଇଥିଲା। ବଙ୍ଗୋପାସାଗରରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ଓଡ଼ିଶାର ପୂର୍ବ ଉପକୂଳର ୯୧ କିମି ସମୁଦ୍ର ଭିତରେ କେନ୍ଦ୍ରସ୍ଥଳ ରହିଛି। ଭୂମିକମ୍ପରେ କୈାଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *