July 1, 2025
Home » ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ।

0
WhatsApp Image 2025-04-21 at 4.26.17 PM

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ। ଆଜି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ମ୍ୟାଚଟି ଏଫସି ଗୋଆ ଏବଂ ଗୋକୁଲମ୍ କେରଳ ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଏଫସି ଗୋଆ ଟିମ୍ ବିଜୟ ହାସଲ କରିଥିଲେ।

ସେହିପରି ଭାବରେ ଆଜିର ଦ୍ଵିତୀୟ ମ୍ୟାଚଟି ଓଡ଼ିଶା ଏଫସି ଏବଂ ପଞ୍ଜାବ ଏଫସି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପଞ୍ଜାବ ଏଫସି ଟିମ୍ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ।


ଏହି ଦ୍ଵିତୀୟ ଦିନର ମ୍ୟାଚ୍‌ରେ ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।ଏଥିସହ ଆଜି କଳିଙ୍ଗ ଷ୍ଟାଡିୟମରେ ଫୁଟବଲ୍ ପ୍ରଶଂସକମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ଦର୍ଶକମାନେ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହିତ ଆଜି ଅନୁଷ୍ଠିତ ହୋଇଥିବା ଦୁଇଟି ମ୍ୟାଚ୍‌କୁ ବେଶ୍ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *