February 9, 2026
Home » ଭେଡେନ ଏନ୍,ଏସ୍,ସି ନ ହେବା ଦୁର୍ଭାଗ୍ଯ ଜନକ: ଜନ ଅସନ୍ତୋଷ ଆନ୍ଦୋଳନ ଦାନା ବାନ୍ଧୁଛି

ଭେଡେନ ଏନ୍,ଏସ୍,ସି ନ ହେବା ଦୁର୍ଭାଗ୍ଯ ଜନକ: ଜନ ଅସନ୍ତୋଷ ଆନ୍ଦୋଳନ ଦାନା ବାନ୍ଧୁଛି

0
WhatsApp Image 2025-09-10 at 3.29.55 PM

ଭେଡେନ:ଭେଡେନ କୁ ଏନ୍,ଏସ୍,ସି ଘୋଷଣା କରିଥିଲେ ନବୀନ ସରକାର ।।ସେତେ ବେଳ ଭେଡେନ ସାରା ଆନନ୍ଦ ର ଲହରି ଖେଲିଯାଇଥିଲା ।। ସେତେବେଳେ ଖୁସି ରେ ସେତେବେଳ ର ବିଧାୟିକା ଶ୍ରୀମତୀ ସ୍ନେହାଂଗିନୀ ଛୁରିଆ କୁଂ ଭେଡେନ ରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା ।।କିଂତୁ ଏବେ ସରକାର ଭେଡେନ ର ନାଁ ଘୋଷଣା କରିନ ଥିବାରୁ ଭେଡେନ ରେ ଅସନ୍ତୋଷ ର ନିଆଁ ଖେଳିଯାଉଛି ।। ସରକାର ରାଜ୍ଯ ରେ ୧୬ଟି ଏନ୍,ଏସ୍,ସି ଘୋଷଣା କରିଥିବା ବେଳେ ଭେଡେନ ର ନାଁ ନ ଥିବା ଦୁର୍ଭାଗ୍ଯ ଜନକ ଅଟେ   ଭେନେନ ପଞ୍ଚାୟତ ର ୧୨ଟି ଓଡ୍ ଏବଂ କୁବେଡେଗା ପଞ୍ଚାୟତ ର ୧୩ଟି ଓଡ କୁ ନେଇ ଗଠିତ ହେବାକୁ ଥିବା ଭେଡେନ ଏନ୍ ଏସ୍ ସି ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଛି ।।ସରକାର କଂ ସବୁ ସର୍ତ୍ତାବଳୀ ପୁରଣ କରୁଥିଲେ ସୁଦ୍ଧା କାହିଁକି ବର୍ତ୍ତମାନ ସୁଦ୍ଧା କାହିଁକି ଏଇ ସରକାର ଏନ୍,ଏସ,ସି କଲେନାହିଁ ବୋଲି ସହର ରେ ଚର୍ଚା ଚାଲିଛି ।।  ଏବେ ଭେଡେନ ର ସମସ୍ତ ସଚେତନ ନାଗରିକ ମାନଙ୍କୁ ନେଇ
ଭେଡେନ ନଗର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଏକ ବେଠକ ଅନୁଷ୍ଠିତ ହୋଇ ବିଭିନ୍ନ ଦିଗଉପରେ ଆଲୋଚନା କରାଯାଇଥିଲା ।।ଆଗାମୀ ଦିନ ରେ ସର୍ବଦଳୀୟ ତଥା ସାମାଜିକ,ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁନେଇ ଆଗମୀ ଦିନ ରେ ଆନ୍ଦୋଳନ କରାଯିବା ପାଇଁ ପ୍ରସ୍ଥାବ ନେଇଥିଲେ  ବରଗଡ ଜିଲ୍ଲା ର ପାଇକମାଲ,ସୋହେଲା,ଓ ଭେଡେନ ତିନୋଟି ପଞ୍ଚାୟତ କୁ ଏନ୍,ଏସ୍,ସି କରାଯାଇଥିବା ପୂର୍ବ ସରକାର ର ନିଷ୍ପତ୍ତି କୁ ବଦଳକରାଯାଇ ଏବେ ଖାଲି ସୋହେଲା କୁ ଏନ,ଏସ,ସି କରିଥିବା ରୁ ଭେଡେନ ଓ ପାଇକମାଲ ରେ ଅସନ୍ତୋଷ ବଢିଚାଲିଛି ।। ଭେଡେନ ସଚେତନ ନାଗରିକ ମାନଙ୍କୁ ନେଇ ଆଗାମୀ ଦିନ ରେ ଲଢେଇ କରିବାପାଇଁ ସମସ୍ତେ ସପଥ ନେଇଥିଲେ ।।

 

ବରଗଡ଼ ଜିଲ୍ଲା ,ଭେଡେନ ବ୍ଲକ ଇପିଏ ରୁ ହରିଶଂକର ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *