August 27, 2025
Home » ଭେଡେନ ପ୍ରାଥମିକ କୃଷି ସମବାୟ ସମିତି ବୈଠକ

ଭେଡେନ ପ୍ରାଥମିକ କୃଷି ସମବାୟ ସମିତି ବୈଠକ

0
WhatsApp Image 2025-08-23 at 8.31.08 PM

ଭେଡେନ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଭେଡେନ ହରିଶଙ୍କର ବେହେରା ଙ୍କ ସଭାପତିତ୍ବ ରେ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ହେଉଥିବା ଚାଷୀ ପଞ୍ଜିକରଣ ରେ ସରକାରୀ ନୀତି ନିୟମ ଉପରେ ଆଲୋଚନା ହୋଇ ଗୋଟିଏ ବି ଚାଷୀ ପଞ୍ଜିକରଣ ରୁ ବଞ୍ଚିତ ନ ହେବେ ସେ ଉପରେ କର୍ମଚାରୀ ମାନେ ଧ୍ୟାନ ଦେବା କୁ ପରାମର୍ଶ ଦିଆଯାଇଥିଲା । ସାର ର ଅଭାବ ନଥିବା ସମସ୍ତ ଚାଷୀ ମାନଙ୍କୁ ଠିକ ହିସାବରେ ସାର ଯୋଗାଇ ଦିଆଯାଉ ଥିବା ସଂପାଦନ ଅଙ୍କୁର ପ୍ରଧାନ କହିଥିଲେ । ଚଳିତ ବର୍ଷ ପ୍ରାଥମିକ କୃଷି ସମବାୟ ସମିତି ର ସଫଳତା, ତଥା ଅନ୍ୟାନ୍ୟ ଭିତିଭୂମି କୁ ନେଇ ଏକ ସ୍ମରଣୀ କା ପ୍ରକାଶ କରିବା ପାଇଁ ଆଲୋଚନା ହୋଇ ଏ ସଂପର୍କରେ କାର୍ଯ୍ୟ କରିବା ପାଇଁ ସଭାପତି ଦାୟିତ୍ୱ ନେଇଥିଲେ । ଚଳିତ ବର୍ଷ ଧାନ କ୍ରୟ ରେ ଚାଷୀ ମାନେ ଭୋଗିଥିବା ଅସୁବିଧା ସଂପର୍କ ରେ ସଭ୍ୟ ସୁଦାମ ପାତ୍ର, ନରେନ୍ଦ୍ର ଭୋଇ ଆଲୋଚନା କରିଥିଲେ । ଏଭଳି ଅସୁବିଧା ନ ହେବାକୁ ଦୃଷ୍ଟି ଦିଆଯିବ ବୋଲି ସଂପାଦକ ପ୍ରକାଶ କରିଥିଲେ । ବୈଠକ ରେ ଉପ ସଭାନେତ୍ରୀ ସୁନିତା କର୍ମୀ,ସଭ୍ୟ ଗୈାର ଦନ୍ତା , କିଶୋର ରାଏ, ଉତ୍ତର ପ୍ରଧାନ, ସରୋଜ ବାରିକ,ସଦର୍ଶନ ବେହେରା, ବଳରାମ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ସଦସ୍ୟ ଭୃବନେଶ୍ଵର ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

ବରଗଡ଼ ଜିଲ୍ଲା ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ )

Leave a Reply

Your email address will not be published. Required fields are marked *