ଭେଡେନ ବ୍ଲକ ବିଜେଡି ସଭାପତି ହେଲେ ହରିଶଙ୍କର ବେହେରା
ଭେଡେନ :ଭେଡେନ ବ୍ଲକ ବିଜୁ ଜନତା ଦଳ ର ସଭାପତି ଭାବରେ ପୁଣି ଥରେ ଭେଡେନ ବ୍ଲକ ର ବରିଷ୍ଠ ନେତା ନେତା ହରିଶଙ୍କର ବେହେରା ଙ୍କୁ ଦଳ ଦାୟିତ୍ବ ଦେଇଛି ।।ମାନ୍ଯବର ପୂର୍ବତନ ମୁଖ୍ଯମନ୍ରୀ ତଥା ବିଜୁ ଜନତା ଦଳ ର ରାଜ୍ଯ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସ୍ବାକ୍ଷର ରେ ଏକ ପ୍ରେସ ବିଜ୍ଞାପ୍ତି ମାଧ୍ଯମରେ ପତ୍ର ସଂଖ୍ଯା ୧୯,୧ଏସ,ବି/ବିଜେଡି୨୦୨୬ତା ୧୬,୧,୨୦୨୬ ଦଳ ସାର୍ବ ଜନୀନ କରିଛି ।।ଶ୍ରୀ ବେହେରା ଜଣେ ଉଚ୍ଚ ଶିକ୍ଷିତ,ଦୃଢ ସଂଗଠକ ଭାବରେ ଜିଲ୍ଲାରେ ପରିଚିତ ବ୍ଯକ୍ତିତ୍ବ ଅଟନ୍ତି ।।ସେ ପୂର୍ବ ରୁ ଅଇଁଲାପାଲି ଗ୍ରାମ ପଞ୍ଚାୟତ ର ସମିତି ସଭ୍ଯ ,ଭେଡେନ ଜୋନ ନଂ ୧ ର ଜିଲ୍ଲାପରିଷଦ ସଭ୍ଯ,ଭେଡେନ ଆତ୍ମା କମିଟୀ ର ଅଧ୍ଯକ୍ଷ ,ପପଙ୍ଗା ପାହାଡ ମହୋତ୍ସବ ଓ ଗିରିଗୋବର୍ଦ୍ଧନ ମୋହୋତ୍ସବ ର ସାଂସ୍କୃତିକ ସଂପାଦକ ତଥା ବର୍ତ୍ତମାନ ଭେଡେନ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଭାବରେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି ।।କ୍ରମାଗତ ଭାବରେ ସେ ୨୦୦୭ ମସିହା ରୁ ଦଳର ସଭାପତି ଦାୟିତ୍ବ ରେ ରହି ସଂଗଠନ କରି ଆସୁଛନ୍ତି ।।ତାଙ୍କ ଉପରେ ଦଳ ତଥା ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆସ୍ଥା ପ୍ରକଟ କରି ପୁଣି ଦଳର ଦାୟିତ୍ବ ଦେଇଛନ୍ତି ।।ଶ୍ରୀ ବେହେରା ଅନେକ ସାମାଜିକ ସାଂସ୍କୃତିକ ଧାର୍ମିକ ଅନୁଷ୍ଠନ ସହ ଜଡିତ ରହି କାର୍ଯ୍ଯକରୁଛନ୍ତି ।।ଦଳ ଦାୟିତ୍ବ ଦେଇଥିବାରୁ ମାନ୍ଯବର ରାଜ୍ଯ ସଭାପତ ନବୀନ ପଟ୍ଟନାୟକ ଓ ନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ଙ୍କୁ ଧନ୍ଯବାଦ ଦେଇ ନିଷ୍ଠାପର ଭାବରେ ଦଳପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି ।।
ଭେଡେନ ରୁ ଇପିଏ ରୁ ହରି ଶଙ୍କର ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
