ଭୟଙ୍କର ତାଣ୍ଡବ ରଚିଥିଲା କାଳବୈଶାଖୀ,

ବ୍ରହ୍ମପୁର ସହରରେ ଭୟଙ୍କର ତାଣ୍ଡବ ରଚିଥିଲା କାଳବୈଶାଖୀ, ସକାଳ ୧୧ ଘଣ୍ଟା ଠାରୁ ଆରମ୍ଭ କରି ଅପରାହ୍ନ ୪ ପର୍ଯ୍ୟନ୍ତ ଖେଳିଥିବା ଏହି ତାଣ୍ଡବରେ ବ୍ରହ୍ମପୁର ମହାନଗର ନିଗମର ପ୍ରାୟ ସମସ୍ତ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା । ୧ ନମ୍ବର ୱାର୍ଡ ଠାରୁ ୪୨ ନମ୍ବର ୱାର୍ଡ ପର୍ଯ୍ୟନ୍ତ ସହରର ବହୁ ସ୍ଥାନରେ ବର୍ଷା ପାଣି ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହାନୀ ଘଟିଥିବା ବେଳେ, ବହୁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ ଏହିଭଳି ଘଟଣା ମାନ ଦେଖିବାକୁ ମିଳିଥିଲା।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଅଗ୍ନିଶମ ଅଧିକାରୀ ଏସଆର ଶ୍ରୀ ବିଚିତ୍ରା କୁମାର ପଣ୍ଡାଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ଘଟଣା ଗୁଡିକର ସୂଚନା ପାଇବା ସଙ୍ଗେ ସଙ୍ଗେ ବର୍ଷା ଓ ପବନକୁ ଖାତିର ନକରି ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ପ୍ରଭାବିତ କରିଥିବା ବର୍ଷା ପାଣି ଏବଂ ଅନେକ ରାସ୍ତାରେ ଉପୁଡ଼ି ଯାଇଥିବା ଗଛରେ ଅବରୋଧ ହୋଇଥିଲା ସେଗୁଡିକୁ ଅଗ୍ନିଶମ ଏବଂ ଜରୁରୀକାଳୀନ କର୍ମଚାରୀ ମାନେ ଅଧିକ ଯନ୍ତ୍ରଣା ଓ ଚାପ ନେଇ ପରିସ୍ଥିତିକୁ ସାମ୍ନା କରି କୌଶଳ କ୍ରମେ ଉଦ୍ଧାର କରିଥିଲେ । ଏହି ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସର୍କଲ ଅଧିକାରୀ ଶ୍ରୀ ପୂର୍ଣ୍ଣା ଚନ୍ଦ୍ର ମାରଣ୍ଡି, ଶ୍ରୀ ଠାକୁର ପ୍ରସାଦ ଦଲାଇ ଆସଷ୍ଟ ଅଗ୍ନିଶମ ଅଧିକାରୀ ଏଫ, ଶ୍ରୀ ଧନଞ୍ଜୟ ମଲ୍ଲିକ, ଆସଷ୍ଟ ଅଗ୍ନିଶମ ଅଧିକାରୀ ଛତ୍ରପୁର ଏଫ, ଶ୍ରୀ ସିସିର କାନ୍ତ ସିଂ, ଆସଷ୍ଟ ଅଗ୍ନିଶମ ଅଧିକାରୀ ଏସ ଏଫ୍ ଏଫ୍ ଏସ ଆର୍, ଶ୍ରୀ ସୁଜାନ୍ତ ରଂଜନ ମହାପାତ୍ର ଏମକେସିଯି ଷ୍ଟେସନ ଅଧିକାରୀ, ଶ୍ରୀ ଜଗଦୀଶ ପ୍ରସାଦ ଖୋରା, ରିଜର୍ଭ ଷ୍ଟେସନ ଅଧିକାରୀ-୨, ଏସଆର, ଶ୍ରୀ ଲୁକେଶ ମିନଜ, ରିଜର୍ଭ ଷ୍ଟେସନ ଅଧିକାରୀ -୧ ଏସଆର ବ୍ରହ୍ମପୁର, ଶ୍ରୀ ପ୍ରେମାନନ୍ଦ କିସାନ, ଷ୍ଟେସନ ଅଧିକାରୀ, ଅଗ୍ନି ନିରାକରଣ ୱିଙ୍ଗ, ଏସଆର ବ୍ରହ୍ମପୁର, ଶ୍ରୀ କୃଷ୍ଣ ଚନ୍ଦ୍ର ପାଢ଼ୀ ଷ୍ଟେସନ ଅଧିକାରୀ କନିଶି ଏଫ, ଶ୍ରୀ ଆଣ୍ଟରିଆମି ଖଣ୍ଡଗିରି, ଷ୍ଟେସନ ଅଧିକାରୀ କୁକୁଡ଼ାଖଣ୍ଡି ଏଫ, ଶ୍ରୀ ବିକାସ ଚନ୍ଦ୍ର ମୁଦୁଲି, ଷ୍ଟେସନ ଅଧିକାରୀ ଦିଗପହଣ୍ଡି ଏଫ୍ ପ୍ରମୁଖଙ୍କ ସମେତ ବହୁ ସହାୟକ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )