ମ।ର୍ଥ।ପୁର ର ଛାତ୍ରୀ ଇପ୍ସିତା ନାୟକ ବିଜ୍ଞାନ ମେଳା ରେ ରାଜ୍ୟରେ ତୃତୀୟ
କଟକ ,ଗତିରାଉତପାଟଣା, କେଶବ ଧାମ ଠାରେ ଅନୁଷ୍ଠିତ ପ୍ରାଦେଶିକ ସ୍ତର ବିଜ୍ଞାନ ମେଳାରେ ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଢେଙ୍କାନାଳର ସପ୍ତମ ଶ୍ରେଣୀ ଛାତ୍ରୀ ଇପ୍ସିତା ନାୟକ ବାଲ୍ ବର୍ଗ ଶ୍ରେଣୀରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ଆଣି ଦେଇଛନ୍ତି। ତାଙ୍କ ସ୍ଵପ୍ରସ୍ତୁତ ପ୍ରକଳ୍ପ “ସୌର ଶକ୍ତି ଉପରେ ଆଧାରିତ ନମୁନା” ବିଭିନ୍ନ ସୋପାନ ତଥା ବିଦ୍ୟାଳୟରେ, ସଙ୍କୁଳ ସ୍ତରୀୟ ଓ ସମ୍ଭାଗ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରାଦେଶିକ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ସାରା ଓଡ଼ିଶା ରାଜ୍ୟରେ ତୃତୀୟ ଶ୍ରେଣୀ ହାସଲ କରି ବିଦ୍ୟାଳୟ ର ନାମକୁ ଗୌରବ।ନ୍ଵିତ କରିଛନ୍ତି।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ତଥା ବିଜ୍ଞାନ ଶିକ୍ଷକ ଉଦୟନାଥ ସାହୁ ଓ ଶିକ୍ଷୟତ୍ରୀ ସ୍ନିଗ୍ଧା ସରିତା ଦାଶ ପ୍ରକଳ୍ପ ପ୍ରସ୍ତୁତି କରିବାରେ ସମସ୍ତ ସାହାଯ୍ୟ କରିଥିଲେ। ଇପ୍ସିତା ହେଉଛନ୍ତି ଜିନେଇଲୋ ଗ୍ରାମର ପୁଷ୍ପାଞ୍ଜଳି ନାୟକ ଓ ତପନ କୁମାର ନାୟକଙ୍କ କନ୍ୟା ଅଟନ୍ତି। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ତାଙ୍କର ଅଭିଳାଷ ଅଛି ବୋଲି ସେ ପ୍ରକାଶ କରିଛନ୍ତି । ଉକ୍ତ ଖବର ପାଇବା ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫେସର ସୁଧାଂଶୁ ଶେଖର ପାତ୍ର,ସମ୍ପାଦକ ଇଁ ହୃଦାନନ୍ଦ ଶତପଥୀ,ଉପସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ କାମାକ୍ଷା ପ୍ରସାଦ ସାହୁ,ପୂର୍ବତନ ପ୍ରଧାନ ଆଚାର୍ଯ୍ୟ। ସୁଶ୍ରୀ ମମତା ମିଶ୍ର ଖୁସି ପ୍ରକଟ କରିବା ଶହ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
kamkhyanagar epa ru rajkishor rout nka report
