July 28, 2025
Home » ମକର ମେଳା ମହୋତ୍ସବ ବାବା ବାଣେଶ୍ୱରୀ କ୍ଲବ ସିରଗିଡ଼ା ଗ୍ରାମରେ ଅନୁଷ୍ଟିତ

ମକର ମେଳା ମହୋତ୍ସବ ବାବା ବାଣେଶ୍ୱରୀ କ୍ଲବ ସିରଗିଡ଼ା ଗ୍ରାମରେ ଅନୁଷ୍ଟିତ

0
debagarh

ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ଶିରଗିଡା ଗ୍ରାମ ରେ ଆଜି 31ତମ ମକର ମେଳା ବାର୍ଷିକ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ମକର ମେଳା ମହୋତ୍ସବ ରେ ପାଖାପାଖି ଚାରି ପାଞ୍ଚ ଟି ପଂଚାୟତ ର ହାଜର ହାଜର ଶ୍ରଦ୍ଧାଳୁ ପହଞ୍ଚି। ଏକ କିଲୋମିଟର ପାହାଡ଼ ଉପର ଭାଗରେ ଅବସ୍ଥିତ ଏକ ପଥର ମନ୍ଧିର ଆକାର ରେ ପ୍ରଭୁ ମହାଦେବ ଙ୍କ ଅବସ୍ଥିତ। କମିଟି ର ଉପସଭାପତି ଙ୍କ କହିବା କଥା 1994 ମସିହା ଠାରୁ ମହାଦେବ ଙ୍କ ମକର ମେଳା ମହୋତ୍ସବ ଚାଲି ଆସୁଛି। ମକର ମେଳା ମହୋତ୍ସବ ରେ ସଂକ୍ରିତୋନ ଓ କୁନି କୁନି ପିଲା ମାନଙ୍କ ନୃତ୍ୟ ପରିବେଷଣ ଶ୍ରଦ୍ଧାଳୁ ଙ୍କ ମନ ମହିଥିଲା। ଅର୍ଣ ଭୋଗ ଶ୍ରଦ୍ଧାଳୁ ଙ୍କ ପାଇଁ ବିତରଣ କରାଯାଉଥିଲା। ମକର ମେଳା ମହୋତ୍ସବ ଠାରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ତଥା ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ମହୋଦୟ। ଓ 4th ବାଟାଲିୟନ ର ମେଜର ସମ୍ମାନୀତ ଅତିଧି ଭାବେ ଯୋଗ ଦେଇ ମକର ମେଳା ରେ ନୃତ୍ୟ ପରିବେଷଣ କରୁଥିବା କୁନି କୁନି ପିଲା ଙ୍କୁ କିଛି ଉପହାର ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ ଙ୍କ କହିବା କଥା ଦୀର୍ଘ ଦିନରୁ ଏହି ମକର ମେଳା ମହୋତ୍ସବ କୁ ଜିବା ଆସିବା ପାଇଁ ହେଉ କିମ୍ବା ଶ୍ରଦ୍ଧାଳୁ ଙ୍କ ପାଇଁ ପାଣି ର ବିବ୍ୟସ୍ତା ହେଉ ଏପର୍ଯ୍ୟନ୍ତ ଆଖି ଦୃଷୀୟା ବିକାଶ ହୋଇଛି। ମକର ମେଳା ମହୋତ୍ସବ ରେ ମୁଁ ଦୀର୍ଘ ଦିନରୁ ଜଡ଼ିତ ଅଛି। ଆଗମୀ ଦିନରେ ମକର ମେଳା ମହୋତ୍ସବ ଅନୁଷ୍ଠାନ ପାଇଁ ଯେକୌଣସି ପ୍ରକାର ବିକାଶ ମୂଳକ କାର୍ଯ୍ୟ ଦରକାର ଅଛି ଆମେ ସମସ୍ତେ ଦେଓଗଡ ଜିଲାପାଳ ମହୋଦୟ ଙ୍କ ସହ ଆଲୋଚନ କରି ବିକାଶ କାର୍ଯ୍ୟ ଆଗେଇ ନେବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ସାରା ଦେଓଗଡ ଜିଲ୍ଲା ମଧ୍ୟରେ ମକର ମେଳା ମହୋତ୍ସବ ଚାଲି ଥିବା ବେଳେ ସିରଗିଡା ବାନେଶ୍ୱରି ମକର ମେଳା ମହୋତ୍ସବ ଅନ୍ୟ ତମ ଅଟେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *