ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ସୁବର୍ଣ୍ଣପୁର — ସରକାରୀ ଉଚ୍ଚ ବିଦ୍ୟାଳୟ ମଝିପଡ଼ା ଠାରେ ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ନାୟକ ଙ୍କ ସଭାପତିତ୍ବରେ ୨୦୨୪-୨୫ ଶିକ୍ଷା ବର୍ଷ ର ବାର୍ଷିକ ଉତ୍ସବ ପାଳନ କରଯାଇଛି l ମୁଖ୍ୟ ଅତିଥି ଭାବରେ ସୋନପୁର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଫକୀର ଚରଣ ଭୋଇ ଯୋଗ ଦେଇ ଏହି ଉତ୍ସବ କୁ ଉଦଘାଟନ କରି ଧୈର୍ଯ୍ୟ ସମୟର ସଦୂପଯୋଗ ଓ କଠିନ ପରିଶ୍ରମ ହିଁ ସଫଳତା ର ଚାବି କାଠି ବୋଲି ମତ ରଖି ଥିଲେ l ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବୁଦ୍ଧଦେବ ସା ଯୋଗ ଦେଇ ସମାଜ ରେ ବଡ଼ ମଣିଷ ଓ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ସମସ୍ତେ ଚାହାଁନ୍ତି, ସ୍ବପ୍ନ ଦେଖନ୍ତି କିନ୍ତୁ ଆମେ ଏଭଳି ଲକ୍ଷ୍ୟ ର ସ୍ବପ୍ନ ଦେଖିବା ଯେଉଁ ସ୍ଵପ୍ନ କି ରାତି ଦିନ ଶୁଆଇ ଦିଏନି l ତାହେଲେ ଯାଇ ଆମେ ପ୍ରକୃତ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବା ବୋଲି କହିଥିଲେ l ସମ୍ମାନୀତ ଅତିଥି ଭାବେ ପୁରାତନ ଛାତ୍ର ତଥା ମହାରାଜା ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ରଥ ଯୋଗ ଦେଇ ୭୨ ବର୍ଷ ର ସର୍ବ ପୁରାତନ ସ୍କୁଲ୍ ର ପ୍ରତ୍ୟେକ କାର୍ଯ୍ଯକଳାପ କୁ ସୋସିଆଲ ମିଡ଼ିଆ ରେ ବହୁଳ ପ୍ରଚାର ପ୍ରସାର କରିବାକୁ ପରାମର୍ଶ କରିଥିଲେ l ଅନ୍ୟତମ ଅତିଥି ଭାବରେ କାଉନସିଲର କଇରୁ ସ୍ବାଇଁ, ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ, ଆଲୁମିନି କମିଟି ସଦସ୍ୟ ୟାସିନ ମହମ୍ମଦ , ରଞ୍ଜିତ ସାହୁ, ସ୍କୁଲ୍ ପରିଚାଳନା କମିଟି ସଭାପତି ଶ୍ରୀମତୀ ସଂଯୁକ୍ତା ନାଏକ, ମଝିପଡ଼ା ଉପ୍ରl ବିଦ୍ୟାଳୟ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ l ଆଦର୍ଶ ଉ.ପ୍ରା. ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଜାତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସବ ରେ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀ ଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର